Advertisment

କାଶ୍ନୀର ପଣ୍ତିତଙ୍କୁ ଟାର୍ଗେଟ୍‌ କଲେ ଆତଙ୍କବାଦୀ; ୨୪ ଘଣ୍ଟାରେ ୪ ଥର ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଶିକାର ହୋଇଛନ୍ତି । କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ହମଲା । ଦକ୍ଷିଣ କଶ୍ମୀର ସୋପିଆନ୍‌ ଉପତ୍ୟାକାର ଛୋଟୋଗାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Terrorist Attack

Terrorist Attack

Advertisment

କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ହମଲା । ଗତକାଲି ଠାରୁ କ୍ରମାଗତ ୪ ଥର ହେଲା ଶୋପିଆନ୍‌ ଉପତ୍ୟାକାରେ ଆତଙ୍କୀ ହମଲା ଚାଲୁ ରହିଛି । ଦକ୍ଷିଣ କଶ୍ମୀର ସୋପିଆନ୍‌ ଉପତ୍ୟାକାର ଛୋଟୋଗାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। କାଶ୍ମୀରୀ ପଣ୍ଡିତ ବାଲ୍‌ କୃଷ୍ଣଙ୍କ ଉପରେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଛନ୍ତି । ତାଙ୍କ ହାତ ଓ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ଶ୍ରୀନଗରର ଏକ ଆର୍ମି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ତାଙ୍କ ଅବସ୍ଥା ସ୍ଥିର ରହିଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ସିଆରପିଏଫ ଯବାନ ଥିବା ବେଳେ ୪ ଜଣ ଶ୍ରମିକ ଅଛନ୍ତି। ଦୁଇ ଶ୍ରମିକଙ୍କୁ ପୁଲୱାମାରେ ଗୁଳି କରାଯାଇଛି । ଉଭୟେ ଗୁରୁତର ହୋଇଛନ୍ତି। ଆହତ ଦୁଇ ଜଣ ଶ୍ରମିକ ହେଲେ ପଟଲେଶ୍ୱର କୋକାରମ ଏବଂ ଜାକୋ ଚୌଧୁରୀ। ଭୟଙ୍କ ଘର ବିହାରରେ । ସେମାନେ ପୁଲୱାମାରେ ଶ୍ରମିକ ଭାବେ କାମ କରୁଥିଲେ ।

ଆଜି ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଆହତ ଯବାନଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସମ୍ପୃକ୍ତ ଅଞ୍ଚଳକୁ ସିଜ୍‌ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଏହି ହତ୍ୟାକାଣ୍ଡକୁ ନିନ୍ଦା କରି ନ୍ୟାସନାଲ କନଫେରନ୍ସର୍ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ କରି କହିଛନ୍ତି ଯେ, “ମୁଁ ମୋର କାଶ୍ମୀରବାସୀଙ୍କ ପ୍ରତି ହୋଇଥିବା ଭୟାବହ କାଣ୍ତ ଏବଂ ଲାଇନ୍‌ ଅଫ ଡ୍ୟୁଟିରେ ସହିଦ ହୋଇଥିବା CRPF ଯବାନଙ୍କ ପରିବାରକୁ ମୋର ସମବେଦନା ଜଣାଉଛି। ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଯାଉ ବୋଲି ପ୍ରାର୍ଥନା କରୁଛି ”।

Advertisment

ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।

Terrorist Attack Kashmiri Pandit Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ