Karnataka student
ହଷ୍ଟେଲରେ ଆମ୍ବେଦକରଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିବାରୁ ଛାତ୍ରଙ୍କୁ ରାସ୍ତାରେ ଅର୍ଦ୍ଧଉଲଗ୍ନ କରି ଚଲାଇଲେ । ଏପରିକି ଅର୍ଦ୍ଧଉଲଗ୍ନ କରି ପରେଡ୍ ମଧ୍ୟ କରାଇଲେ କିଛି ଛାତ୍ର । ଏଭଳି ଏକ ଅଭିଯୋଗ ଆସିଛି କର୍ଣ୍ଣାଟକରୁ ।
କାଲାବୁରାଗି ଜିଲ୍ଲାର ଏକ ହଷ୍ଟେଲର ଜଣେ ଛାତ୍ର ଗୁରୁବାର ଦିନ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରିଛନ୍ତି । ଏଥିସହ ତାଙ୍କୁ କିଛି ଛାତ୍ର ଅର୍ଦ୍ଧଉଲଗ୍ନ କରି ଚଲାଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାରେ ୧୫ରୁ ୨୦ ଜଣ ହଷ୍ଟେଲ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଛାତ୍ରଙ୍କୁ ଅର୍ଦ୍ଧଉଲଗ୍ନ କରି ଚଲାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୪୧, ୩୨୩, ୫୦୪, ୫୦୫ ଓ ୫୦୬ ରୁଜୁ କରାଯାଇଛି ।
ସୂଚନା ମୁତାବକ କାଲାବୁରାଗିରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଉଥିବା ‘ଆମ୍ବେଦକର ପୂଜା’ରେ ଯୋଗଦବାକୁ ଛାତ୍ର ଜଣକ ମନାକରିଦେଇଥିଲେ । ଫଳରେ ଏହାକୁ ନେଇ ଆକ୍ରୋଶ ରଖି ୧୫ରୁ ୨୦ ଛାତ୍ର ପୀଡିତଙ୍କୁ ଆକ୍ରମଣ କରିଥିଲେ । କାଲାବୁରାଗି ରାସ୍ତାରେ ପ୍ୟାରେଡ୍ କରାଇବା ସହ ଆର୍ଦ୍ଧଉଲଗ୍ନ କରି ତାଙ୍କ ମୁଣ୍ଡରେ ଆମ୍ବେଦକରଙ୍କ ଫଟୋ ରଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706337199.jpg)