Advertisment

‘ଟମାଟୋ ଫ୍ଲୁ’କୁ ନେଇ କର୍ଣ୍ଣାଟକରେ ହାଇ ଆଲର୍ଟ: ୮୦ ଆକ୍ରାନ୍ତ, ଜାଣନ୍ତୁ ରୋଗର ଲକ୍ଷଣ...

୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Karnataka Sounds High Alert Over Tomato Flu

Karnataka Sounds High Alert Over Tomato Flu

Advertisment

କର୍ଣ୍ଣାଟକରେ ଏବେ ଟମାଟୋ ଫ୍ଲୁ(Tomato flu)କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।

Advertisment

କର୍ଣ୍ଣାଟକର ମାଙ୍ଗାଲୁରୁ, ଉଡୁପି, କୋଡାଗୁ, ଚାମରାଜନଗର ଓ ମହିଶୂର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି କେରଳରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଇଛି। ଟମାଟୋ ଫ୍ଲୁ ରୋଗରେ ଗାଢ ଲାଲ୍‌ ରଙ୍ଗର ଦାଗ ସହ ଚର୍ମ କୁଣ୍ଡାଇ ହୋଇଥାଏ। ଏଥିସହ ତରଳ ଝାଡା ହୋଇଥାଏ।

ଟମାଟୋ ଫ୍ଲୁ ରୋଗର ଟମାଟୋ ସହ କୌଣସି ସମ୍ପର୍କ ନାହିଁ। ଏହା ଏକ ବିରଳ ସଂକ୍ରାମକ ରୋଗ। ଆକ୍ରାନ୍ତମାନଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ ଟମାଟୋ ପରି ଦେଖାଯାଉଥିବାରୁ ଏହାର ନାଁ ଟମାଟୋ ଫ୍ଲୁ ରଖାଯାଇଛି। ୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। 

Advertisment

ଜାଣନ୍ତୁ, ଟମାଟୋ ଫ୍ଲୁ ରୋଗର ଲକ୍ଷଣ...

  • ଚର୍ମରେ ଗାଢ ଲାଲ୍‌ ରଙ୍ଗର ବଡ଼ ବଡ଼ ଫୋଟକା ହେବା 
  • ଅତ୍ୟଧିକ ଜ୍ୱର ହେବା 
  • ଚର୍ମ କୁଣ୍ଡାଇ ହେବା 
  • ଶରୀରର ଗଣ୍ଠି ସବୁ ଫୁଲି ଯିବା 
  • ଅତ୍ୟଧିକ ହାଲିଆ ଲାଗିବା 

କେମିତି ଏହି ରୋଗରୁ ପାଇବେ ରକ୍ଷା ? 

  • ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ
  • ଆବଶ୍ୟକୀୟ ପାଣି ପିଅନ୍ତୁ
  • ଉପରୋକ୍ତ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ
  • ଯଦି କୌଣସି ଶିଶୁଙ୍କ ଠାରେ ଟମାଟୋ ଫ୍ଲୁ ଦେଖା ଯାଇଛି, ତା’ହେଲେ ଶରୀରରେ ଯେଭଳି କୌଣସି ଘା’ ଇତ୍ୟାଦି ସୃଷ୍ଟି ନହୁଏ ଏଥିପ୍ରତି ଅଭିଭାବକ ଧ୍ୟାନ ରଖିବା ଉଚିତ୍‌
  • ସଂକ୍ରମଣ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ସହ କମ୍‌ ମିଳାମିଶା କରିବା ଆବଶ୍ୟକ
  • ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଯଥେଷ୍ଟ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି
Advertisment

 

Tomato Flu Karnataka On High Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ