• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶନିବାର କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି.ସୋମନ୍ନା ଏକ କାର୍ଯ୍ୟକ୍ରମରେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କର୍ଣ୍ଣାଟକର ଚାମରାଜ ନଗରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଚାପୁଡ଼ା ଖାଇବା ପରେ ବି ମହିଳା ଜଣକ ମନ୍ତ୍ରୀଙ୍କ ପାଦ ଧରୁଥିବାର ଦେଖିବାକୁ ମିଳିଛି ।

ଶନିବାର ଦିନ କର୍ଣାଟକର ଚାମରାଜ ନଗର ଜିଲ୍ଲାର ହଙ୍ଗଲା ଗାଁର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି.ସୋମନ୍ନା ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ, ସେ ପାଖାପାଖି ୨୦୦ ଗାଁ ଲୋକଙ୍କୁ ଜମି ମାଲିକାନା ବାଣ୍ଟିଥିଲେ।

ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ସୋମନ୍ନାଙ୍କୁ ସାଢ଼େ ୩ଟାରେ ପହଞ୍ଚିବାର ଥିଲା। କିନ୍ତୁ ସେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ୧୭୫ ଜଣଙ୍କୁ ଜମି ମାଲିକାନା କାଗଜପତ୍ର ବାଣ୍ଟିଥିଲେ। କିନ୍ତୁ ଏହାରି ଭିତରେ ଜଣେ ମହିଳା ତାଙ୍କୁ ଜମି ମାଲିକାନା କାଗଜପତ୍ର ମିଳିନଥିବା ନେଇ ବିରୋଧ କରିଥିଲେ। ସେ ମନ୍ତ୍ରୀଙ୍କ ପାଖକୁ ଆସି ନିଜ ଗୁହାରି କହିଥିଲେ ।

ଏହି ସମୟରେ ମନ୍ତ୍ରୀ ସୋମନ୍ନା ତାଙ୍କୁ ଜୋର୍‌ରେ ଏକ ଚାପୁଡା ମାରିଦେଇଥିଲେ। ଏହା ସତ୍ତ୍ୱେ ବି ମହିଳା ଜଣକ ମନ୍ତ୍ରୀଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ନେଇଥିଲେ । ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ତ୍ରୀ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିଥିବା ଜଣାପଡିଛି ।