Advertisment

ହିଜାବ ନିଷ୍ପତ୍ତି ଶୁଣାଇଥିବା ଜଜ୍‌ଙ୍କୁ ୱାଇ ପ୍ଲସ୍ ସୁରକ୍ଷା : କିଛି ଦିନ ପୂର୍ବରୁ ମିଳିଥିଲା ହତ୍ୟା ଧମକ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସମ୍ପର୍କରେ ନିଜ ମତ ଦେଇଛନ୍ତି । ହିଜାବ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିବା ତିନିଜଣ ବିଚାରପତିଙ୍କୁ 'Y' ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ଅଦ୍ୟତନ ହୋଇଛି
Karnataka High Court Chief Justice Ritu Raj Awasthi

Karnataka High Court Chief Justice Ritu Raj Awasthi

Advertisment

ହିଜାବ ବିବାଦ ମାମଲାର ରାୟ ଶୁଣାଇଥିବା ହାଇକୋର୍ଟ ବିଚାରପତିଙ୍କୁ ମିଳିବ ସୁରକ୍ଷା ଯୋଗାଇବାକୁ କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ବିଚାରପତିଙ୍କୁ ମୃତ୍ୟୁ ଧମକ ଦିଆଯାଇଥିବା ଖବର ଆସିଥିଲା । ଏହି ମାମଲାରେ ପୋଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏକ ଭାଇରାଲ ଭିଡିଓକୁ ନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନଗୁଡ଼ିକରେ ୟୁନିଫର୍ମ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ଆଦେଶକୁ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇସଲାମ ଧର୍ମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ମଧ୍ୟ କୋର୍ଟ କହିଥିଲେ ।

Advertisment

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସମ୍ପର୍କରେ ନିଜ ମତ ଦେଇଛନ୍ତି । ହିଜାବ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିବା ତିନିଜଣ ବିଚାରପତିଙ୍କୁ 'Y' ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ବିଧାନସଭା ସୌଧ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଅଭିଯୋଗ ଉପରେ ଛାନଭିନ୍‌ କରିବା ପାଇଁ ସେ ଡିଜି ଏବଂ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ପୂର୍ବରୁ ଯେଉଁଥିରେ କିଛି ଲୋକ ବିଚାରପତିଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ତିନି ଜଣିଆ ଏକ ବେଞ୍ଚ ମାମଲାରେ ଏହି ରାୟ ପ୍ରଦାନ କରିଥିଲେ ।

ଆକ୍ସନରେ ପୋଲିସ୍‌

କର୍ଣ୍ଣାଟକ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ଧମକ ଦେଇଥିବାତାମିଲନାଡୁର ତିନି ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । କୋର୍ଟଙ୍କ ଆଦେଶ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାମିଲନାଡୁ ତୋହିଦ୍ ଜମାତ୍ (TNMJ)ର ତିନିଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Advertisment

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ କେବଳ ୟୁନିଫର୍ମ ପିନ୍ଧାଯିବ ବୋଲି ରାୟ ଶୁଣାଇଥିଲେ । ହିଜାବ ବ୍ୟାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ, ହିଜାବ ଏକ ଧାର୍ମିକ ପରମ୍ପରା ନୁହେଁ ଅର୍ଥାତ୍ ହିଜାବ ପିନ୍ଧିବା ମୌଳିକ ଅଧିକାର ବୋଲି କୁହାଯାଇପାରିବ ନାହିଁ । ତେବେ କୋର୍ଟଙ୍କ ରାୟକୁ ବିରୋଧ କରି କିଛି ସ୍ଥାନରେ ବିକ୍ଷୋଭ ମଧ୍ୟ କରାଯାଇଥିବା ବେଳେ ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା ।

Karnataka HC Y-category Security
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ