Advertisment

କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ?

କିନ୍ତୁ ବର୍ତ୍ତମାନ ସମୟରେ ୟେଦ୍ୟୁରପ୍ପା କାମଚଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଏମିତିରେ ୩ ଜଣଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଦଳୀୟ ମୁଖ୍ୟପାତ୍ର କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ମୁଖ୍ୟମନ୍ତ୍ରୀ କରିବୁ। ଆଗାମୀ ଦିନରେ ସାଧାରଣ ନିର୍ବାଚନ ହେବ ତେଣୁ ସ୍ଥିତି ଓ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀ ଚୟନ କରିବୁ

ଅଦ୍ୟତନ ହୋଇଛି
କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ?

CM BS Yediyurappa

Advertisment

କର୍ଣ୍ଣାଟକ: ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହୋଇପାରେ। କିନ୍ତୁ ବର୍ତ୍ତମାନ ସମୟରେ ୟେଦ୍ୟୁରପ୍ପା କାମଚଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଏମିତିରେ ୩ ଜଣଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଦଳୀୟ ମୁଖ୍ୟପାତ୍ର କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ମୁଖ୍ୟମନ୍ତ୍ରୀ କରିବୁ। ଆଗାମୀ ଦିନରେ ସାଧାରଣ ନିର୍ବାଚନ ହେବ ତେଣୁ ସ୍ଥିତି ଓ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀ ଚୟନ କରିବୁ। ଦଳ ମଧ୍ୟରେ ସମସ୍ତେ ଶାନ୍ତି ଶୃଙ୍ଖଳା ଓ ନିୟମ ମାନି କାର୍ଯ୍ୟ କରୁଛନ୍ତି। ଦଳରେ କୌଣସି ବିଶୃଙ୍ଖଳା ନାହିଁ ବୋଲି ମୁଖପାତ୍ର ସ୍ପଷ୍ଟ କରିଛନ୍ତି।

Advertisment

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ରାଜଭବନରେ ହଲଚଲ୍ ଆରମ୍ଭ ହୋଇଛି । ବି.ଏସ୍ ୟେଦ୍ୟୁରପ୍ପାଙ୍କ ବ୍ୟତୀତ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ରାଜ ଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ୟେଦ୍ୟୁରପ୍ପା କହିଛନ୍ତି, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ସମସ୍ତେ ମିଳିମିଶି କଠିନ ପରିଶ୍ରମ କରିବା ଉଚିତ୍ । ତେବେ ଇସ୍ତଫା ଘୋଷଣା କରିବା ପରେ ଭାବପ୍ରବଣ ହୋଇଯାଇଥିଲେ ୟେଦ୍ୟୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରଥମ ଦିନରୁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଲୋକ ତଥା ରାଜ୍ୟର ବିକାଶ ପାଇଁ ସେ କରିଥିବା କାମ ତାଙ୍କୁ ସନ୍ତୁଷ୍ଟ କରିଥିବା ନେଇ ଗଣମାଧ୍ୟମ ସାମ୍ନାରେ କହିଥିଲେ।

Advertisment

ସୋମବାର ଦିନ ଅର୍ଥାତ୍ ଆଜି କର୍ଣ୍ଣାଟକରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରୁଛି । ୟେଦ୍ୟୁରପ୍ପା ମଧ୍ୟ ସକାଳୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବି.ଏସ୍ ୟେଦୁରପ୍ପାଙ୍କ ଇସ୍ତଫା ପରେ ଦିଲ୍ଲୀରେ ମଧ୍ୟ ରାଜନୀତି ସରଗରମ ହୋଇଉଠିଛି । ତେବେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଚାଲିଛି।

BJP Karnataka Politics B.S. Yediyurappa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ