Advertisment

କର୍ଣ୍ଣାଟକ ବନ୍ଦ : ଗାଡ଼ି ଚଳାଚଳ ଉପରେ କଟକଣା, ବିମାନ ରଦ୍ଦ

ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।

ଅଦ୍ୟତନ ହୋଇଛି
Karnataka Bandh

Karnataka Bandh

Advertisment

କାବେରୀ ନଦୀ ବିବାଦକୁ ନେଇ କର୍ଣ୍ଣାଟକ ବନ୍ଦ। ନା ଗଡ଼ୁଛି ବସ୍ ନା ଗଡ଼ୁଛି ଲୋକଙ୍କ ଗାଡ଼ି । ପରିସ୍ଥିତି ଏପରି ହୋଇଛି କି ବେଙ୍ଗାଲୁରୁ ବିମାନ ବନ୍ଦରରେ ୪୪ ବିମାନ ଚଳାଚଳ ବି ପ୍ରଭାବିତ ହୋଇଛନ୍ତି । ୨୨ଟି ଯିବାକୁ ଥିବା ବିମାନ, ୨୨ଟି ଆସିବାକୁ ଥିବା ବିମାନର ସମୟରେ ପରିବର୍ତ୍ତନ ହୋଇଛି । ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।

Advertisment

ତାମିଲନାଡ଼ୁ ସରକାରଙ୍କ ବିରୋଧରେ ବେଙ୍ଗଲୁର ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବେଙ୍ଗଲୁର ସହରର ଅନେକ ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । କର୍ଣ୍ଣାଟକ ବସ୍ ଆସୋସିଏଏସଏନ୍, ଘରୋଇ ବସ୍ ମାଲିକ ସଂଘ, ଅନଲାଇନ୍ ଯାନବାହନ ସଂଘ ସମେତ ଛୋଟ ବଡ଼ ୧୯ ଶହରୁ ଅଧିକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି ।

Advertisment

ବେଙ୍ଗଲୁରର ସଚିବାଳୟରୁ ଆରମ୍ଭ କରି ହାଇକୋର୍ଟ, ବିଭିନ୍ନ ପ୍ରମୁଖ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମର୍ଥନକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ