Advertisment

“କଂଗ୍ରେସରେ କେହି ମୁଖିଆ ନାହାନ୍ତି, ଦଳ ମୁରବୀଶୂନ୍ୟ”

ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସ ଦଳର କନ୍ଦଳ। ଦଳରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ତୁରନ୍ତ ଏକ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ । କାହିଁକି ବଡ଼ ବଡ଼ ନେତା ଦଳ ଛାଡୁଛନ୍ତି? ଏନେଇ ପ୍ରଶ୍ନ ପଚାରିଲେ ସିବଲ

କପିଲ ସିବଲଙ୍କ ଘରେ ଡିନରରେ ବିରୋଧୀଙ୍କ ମେଳି : ବିଜେପିକୁ ସତ୍ତାରୁ ବିତାଡ଼ିତ କରିବାକୁ ମାଷ୍ଟର ପ୍ଲାନ୍

Kapil Sibal

Advertisment

ନୂଆଦିଲ୍ଲୀ: ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସ ଦଳର କନ୍ଦଳ। ଦଳରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ତୁରନ୍ତ ଏକ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ । କାହିଁକି ବଡ଼ ବଡ଼ ନେତା ଦଳ ଛାଡୁଛନ୍ତି? ଏନେଇ ପ୍ରଶ୍ନ ପଚାରିଲେ ସିବଲ । ପଞ୍ଜାବରେ କଂଗ୍ରେସ କନ୍ଦଳ ISI କୁ ସୁହାଉଛି । ସଭାନେତ୍ରୀ ତୁରନ୍ତ କଂଗ୍ରେସ କାର୍ଯ୍ୟକାରିଣୀ ଡକାଇ ଆଲୋଚନା କରିବା ଉଚିତ୍‌ ବୋଲି କହିଛନ୍ତି ସିବଲ। ତେବେ କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ବି ପ୍ରଶ୍ନ କରିଛନ୍ତି କପିଲ ସିବଲ । କହିଲେ, କଂଗ୍ରେସରେ କେହି ମୁଖିଆ ନାହାନ୍ତି, ଦଳ ମୁରବୀଶୂନ୍ୟ ହୋଇପଡ଼ିଛି।

Advertisment

ଯଦି ଏହା ଉପରେ ଦଳର କେନ୍ଦ୍ରୀୟ ନେତା କିଛି କାର୍ଯ୍ୟାନୁଷ୍ଠାନ କିମ୍ବା ନିଷ୍ପତ୍ତି ନନିଅନ୍ତି ତେବେ ଆଗାମୀ ଦିନରେ ଦଳରୁ ଅନେକ ନେତା ଦଳ ଛାଡ଼ିବେ ବୋଲି କପିଲ କହିଛନ୍ତି। କେବଳ ଏତିକି ନୁହେଁ କଂଗ୍ରେସ ଦିନକୁ ଦିନ ଲୋକଙ୍କ ବିଶ୍ୱାସ ହରାଇବାରେ ଲାଗିଛି। ହୁଏତ ଏହାକୁ ଆମେ ବିଶ୍ୱାସ କରିପାରୁନାହାନ୍ତି କିନ୍ତୁ ଏହା ସତ୍ୟ ବୋଲି ସିବଲ କହିଛନ୍ତି। ଆଉ ସିବଲଙ୍କ ଏପରି ମନ୍ତବ୍ୟକୁ ନେଇ ଦଳରେ ଥିବା କନ୍ଦଳ ଏବେ ସର୍ବସମ୍ମୁଖକୁ ଚାଲିଆସିଛି।

Advertisment

ସୂଚନା ଅନୁସାରେ,ଗତକାଲି ପିସିସି ସଭାପତି ପଦରୁ ଅଚାନକ ଇସ୍ତଫା ଦେଇଥିଲେ ସିଦ୍ଧୁ। ଏହାପରେ ଦିଲ୍ଲୀ ଗସ୍ତରେ ଆସିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ସହ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଦୁଇ ନେତାଙ୍କ ମଧ୍ୟରେ କୃଷି ଆନ୍ଦୋଳନ ଏବଂ କୃଷି ଆଇନ ଉପରେ ଆଲୋଚନା କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ଶାହା କିମ୍ବା ବିଜେପିର ଅନ୍ୟ କୌଣସି ନେତାଙ୍କୁ ଭେଟିନାହାନ୍ତି ଅମରିନ୍ଦର। ତେଣୁ ସେ ବିଜେପିରେ ସାମିଲ ହେବେ କି ନାହିଁ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ କପିଲଙ୍କ ମନ୍ତବ୍ୟ ସ୍ପଷ୍ଟ କରିଛି କି ଦଳ ମଧ୍ୟରେ କିଛି ସଠିକ୍‌ ଭାବରେ ଚାଲିନାହିଁ।

India Congress Politics Kapil Sibal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ