Advertisment

ନାବାଳିକାଙ୍କୁ ପୋଲିସ ଇନସ୍‌ପେକ୍ଟର କଲେ ଦୁଷ୍କର୍ମ, କହିଲେ...

ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। କିଛି ଦିନ ତଳେ ଇନସ୍‌ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍‌ଚାର୍ଜ ଥିଲେ। ଆଉ ସେହି ସମୟରେ ସମ୍ପୃକ୍ତ ଅଂଚଳରେ ସେ ଘର ବି ନିର୍ମାଣ କରିଥିଲେ।

ଅଦ୍ୟତନ ହୋଇଛି
ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ବଡ଼ ଖୁଲାସା

rape

Advertisment

ଲକ୍ଷ୍ନୌ: ଯାହାକୁ ଆମେ ରକ୍ଷକ ଭାବୁ ଯଦି ସିଏ ନିଜେ ଭକ୍ଷକ ହେବ ତେବେ ଆମେ କରିବା କଣ? ନିଜର ବିପଦ ଆପଦ ସମୟରେ ଆମେ ଯାହାଙ୍କୁ ସାହାଭରଷା ମଣିଥାଉ ସିଏ ଯଦି ରାକ୍ଷସ ପାଲଟିବେ ତେବେ କାହାକୁ କହିବେ ଲୋକେ? ଠିକ୍‌ ଏମିତି ଏକ ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି। ସୂଚନା ଅନୁସାରେ, ଜଣେ ପୂର୍ବତନ ପୋଲିସ ଇନିସ୍‌ପେକ୍ଟର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା, ଆପତ୍ତିଜନକ ଅବସ୍ଥାରେ ନାବାଳିକାଙ୍କ ସହ ଇନସ୍‌ପେକ୍ଟରଙ୍କୁ ଏକ କଠୋରୀରୁ ଉଦ୍ଧାର କରିଥିଲେ ପରିବାର ଲୋକ। ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। କିଛି ଦିନ ତଳେ ଇନସ୍‌ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍‌ଚାର୍ଜ ଥିଲେ। ଆଉ ସେହି ସମୟରେ ସମ୍ପୃକ୍ତ ଅଂଚଳରେ ସେ ଘର ବି ନିର୍ମାଣ କରିଥିଲେ।

Advertisment

ଦୀନେଶ ନିଜ ଘର ଭଡ଼ାରେ ଲଗାଇଥିଲେ। ଆଉ ସେହି ଘରେ ହିଁ ନାବାଳିକାଙ୍କ ସହ ପୋଲିସ ବାବୁ ଜଣକ ଦୁଷ୍କର୍ମ କରିଛନ୍ତି। ଦୀନେଶ ତ୍ରିପାଠୀ ରବିବାର ରାତିରେ ତାଙ୍କ ଘରକୁ ଆସି ସେଠାରେ ନାବାଳିକାଙ୍କୁ କୋଠରୀରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ସେପଟେ, ପୋଲିସ କହିଛି ଯେ ଦୀନେଶ ତ୍ରିପାଠୀଙ୍କ ସ୍ଥାନୀୟ ଫ୍ରେଣ୍ଡସ୍ କଲୋନୀରେ ଏକ ଘର ଅଛି, ଯେଉଁଠାରେ ପୀଡିତା ତାଙ୍କ ପରିବାର ସହିତ ଭଡା ଘରେ ରହୁଥିଲେ, ଆଉ ପରିବାରର ଅଭିଯୋଗ ଅନୁସାରେ, ପୋଲିସ ମାମଲା ମଧ୍ୟ ଦାୟର କରିଛି।

Advertisment

ତେବେ କାନପୁରରେ ପୋଲିସର ଏମିକି କାଣ୍ଡ କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଜଣେ ପୋଲିସର ବରିଷ୍ଠ ଅଫିସର୍‌ ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏମିତିକି ତାଙ୍କୁ ଘଟଣା ସମ୍ପର୍କରେ କାହାକୁ ନକହିବାକୁ ଧମକ୍ ମଧ୍ୟ ଦେଇଥିଲେ। କେବଳ ଧମକ ଦେଇଥିଲେ ତାହା ନୁହେଁ ବରଂ ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ ଯାହାକୁ ନେଇ ସେହି ସମୟରେ ଚର୍ଚ୍ଚା ଜୋର ଧରିଥିଲା। ସେ ଯାହାବି ହେଉ ପୋଲିସର ଏପରି କାମକୁ ସବୁଆଡ଼େ ନିନ୍ଦା କରାଯାଉଛି। 

Crime Kanpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ