Advertisment

ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ପରେ ପ୍ରେମିକାର ସାନଭାଇକୁ ମାରିଦେଲା ପ୍ରେମିକ

ଗଲ୍‌ଫ୍ରେଣ୍ଡ ଫୋନ୍‌ ନ ଉଠାଇବାରୁ ତାର ସାନ ଭାଇକୁ ମିଳିଲା ଦଣ୍ଡ । କାନପୁରରୁ ଆସିଛି ଏହି ଅଭାବନୀୟ ଘଟଣା । ଗଲ୍‌ଫ୍ରେଣ୍ଡ ଫୋନ୍‌ ନ ଉଠାଇବାରୁ ତାର ୯ ବର୍ଷର ସାନ ଭାଇକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Kanpur girlfriend did not pick up the phone lover killed his brother after rape in kanpur

Kanpur girlfriend did not pick up the phone lover killed his brother after rape in kanpur

Advertisment

ଗଲ୍‌ଫ୍ରେଣ୍ଡ ଫୋନ୍‌ ନ ଉଠାଇବାରୁ ତାର ସାନ ଭାଇକୁ ମିଳିଲା ଦଣ୍ଡ । କାନପୁରରୁ ଆସିଛି ଏହି ଅଭାବନୀୟ ଘଟଣା । ଗଲ୍‌ଫ୍ରେଣ୍ଡ ଫୋନ୍‌ ନ ଉଠାଇବାରୁ ତାର ୯ ବର୍ଷର ସାନ ଭାଇକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି ।

Advertisment

କାନପୁରର ବାବୁପୁରୱାରେ ଜଣେ ଯୁବକଙ୍କ ପ୍ରେମିକା ତାଙ୍କ ଫୋନ ଉଠାଇ ନ ଥିବାରୁ ତାର ୯ ବର୍ଷର ଭାଇକୁ ଡାକି ଦଷ୍କର୍ମ କରିଥିଲେ । ଯାହା ଅତି ନିର୍ମମ ଭଆବରେ ତାର ମୁଣ୍ଡକୁ ଏକ ପଥରରେ ଛେଚି ସେଠଆରୁ ପଳାଇଥିଲେ ।

ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବାଳକକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଳକଟିକୁ ଉଦ୍ଧାର କରିବାସହ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ତାର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

Advertisment

ଏନେଇ ସ୍ଥାନୀୟ ବାବୁପୁରୱାର ଏସିପି ଆଲୋକ ସିଂ କହିଛନ୍ତି ଯେ, ରବି କୁମାର ନାମକ ଜଣେ ଯୁବକ ବାବୁପୁରୱା ପୋଲିସ ଷ୍ଟେସନ ଅଧୀନରେ ଥିବା ମୁନ୍‌ସିପୁରୱା ଆଜାଦ ନାଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ ରବି କୁମାର ତାଙ୍କ ଗର୍ଲଫ୍ରେଣ୍ଡକୁ ଫୋନ୍‌ କରିଥିଲେ ହେଲେ ସେ ସହର ବାହାରେ ଥିବାରୁ ଫୋନ୍‌ ରିସିଭ୍‌ କରିପାରିନଥିଲେ । ଏହି କାରଣରୁ, ରବି ରାଗିଯାଇ ଯୁବତୀଙ୍କ ସାନ ଭାଇ ଘର ବାହାରେ ଖେଳୁଥିବାର ଦେଖି ତାକୁ ଅପହରଣ କରି ନେଇଥିଲେ ।

ସବୁଠୁ ଭିନ୍ନ କଥା ହେଉଛି ଅଭିଯୁକ୍ତ ଜଣକ ବାଳକର ହତ୍ୟାକାରୀକୁ ଖୋଜିବା ନାଁରେ ଗତ ତିନି ଦିନ ଧରି ପୋଲିସର ମିଛ ସହାୟତା କରୁଥିଲା । ଏମିତି କି ମାମଲା ରୁଜୁ କରିବାରେ ପୋଲିସ ଏବଂ ସମ୍ପର୍କୀୟଙ୍କ ନିକଟରେ ନିବେଦନ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ପୋଲିସ ତାଙ୍କ ପାଖରେ ନ ପହଞ୍ଚିବା ପାଇଁ ପୋଲିସ ଏବଂ ପରିବାର ସଦସ୍ୟଙ୍କୁ ବିଭ୍ରାନ୍ତରେ ପକାଉଥିଲେ । ହେଲେ ସ୍ଥାନୀୟ ସିସିଟିଭି ଫୁଟେଜରେ ରବିଙ୍କ ସହ ଶିଶୁଟିକୁ ଦେଖି ପୋଲିସ ସନ୍ଦେହ ଘେରକୁ ଆସିଥିଲା। ଯାହା ପରେ ପୋଲିସ ଗତକାଲି ରାତିରେ ଅଭିଯୁକ୍ତ ରବି କୁମାରଙ୍କୁ ଗିରଫ କରିଛି ।

Advertisment
Kanpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ