ପ୍ଲାଷ୍ଟିକ୍‌ ସର୍ଜରୀ ହେଲା କାଳ; ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ପ୍ଲାଷ୍ଟିକ୍‌ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି ।

ପ୍ଲାଷ୍ଟିକ୍‌ ସର୍ଜରୀ ହେଲା କାଳ;ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମହଙ୍ଗା ପଡିଲା ପ୍ଲାଷ୍ଟିକ୍‌ ସର୍ଜରୀ । କସ୍ମେଟିକ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ପ୍ଲାଷ୍ଟିକ୍‌ ସର୍ଜରୀ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ସର୍ଜରି ସମୟରେ ଏକ ଭୁଲ ହୋଇଥିଲା, ଯାହା ତାଙ୍କ ପାଇଁ ଘାତକ ସାଜିଥିଲା ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଅଭିନେତ୍ରୀ ଚେତନା ନିଜ ମୋଟାପଣ କମାଇବା ପାଇଁ ଗତକାଲି ଫ୍ୟାଟ ଫ୍ରି ସର୍ଜରୀ କରାଇଥିଲେ । ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚେତନା ନିଜ ବାପା ମାଆଙ୍କୁ ନ ଜଣାଇ ସାଙ୍ଗମାନଙ୍କ ସହ ହସ୍ପିଟାଲକୁ ଯାଇଥିଲେ ଏବଂ ସର୍ଜରୀ କରିଥିଲେ । ହେଲେ ପରିବାର ଲୋକେ ଏହି ଟ୍ରାଜେଡି ପାଇଁ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଚେତନାଙ୍କ ମୃତଦେହ ଏବେ ବି ହସ୍ପିଟାଲରେ ରହିଥିବା ସୂଚନା ମିଳିଛି ।