Advertisment

କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ: କହିଲେ ମୋ ସହ ‘ମବ୍ ଲିଞ୍ଚିଙ୍ଗ୍’ ହୋଇଛି

କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ କଲେ ଆସନ୍ତୁ ଜାଣିବା ଏହି ଭିଡିଓରେ..

ଅଦ୍ୟତନ ହୋଇଛି
Kangana Ranawat

Kangana Ranawat

Advertisment

ଚଣ୍ତିଗଡ: କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ କଲେ ଆସନ୍ତୁ ଜାଣିବା ଏହି ଭିଡିଓରେ..

Advertisment

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଆକ୍ରମଣ ହେଉଥିବା କଥା ସେ କହିଛନ୍ତି। ତାଙ୍କ କହିବାନୁଯାୟୀ ସେ ଚଣ୍ତିଗଡ ଅଭିମୁଖେ ଯାଉଥିବା ବେଳେ ଚଣ୍ତିଗଡ- ଉନା ରାଜପଥରେ ଭିଡ ପାଇଁ ଅଟକିଛନ୍ତି । ସେଠାରେ ଚାଷୀମାନେ କଙ୍ଗନାଙ୍କ ଗାଡିକୁ ଅଟକାଇ ଦେଇଥିବା କଥା ସେ କହିଛନ୍ତି। ଚାଷୀଙ୍କ ବ୍ୟତିତ ବହୁସଂଖ୍ୟକ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କଙ୍ଗନାଙ୍କ କହିବାନୁଯାୟୀ ତାଙ୍କ କାରକୁ ଚାଷୀମାନେ ଛାଡିନଥିଲେ । ସେ ଚାଷୀଙ୍କୁ କ୍ଷମା ପ୍ରାର୍ଥନା କରିଥିବା କଥା ମଧ୍ୟ କହିଛନ୍ତି ।

ସେୟାର୍ ହୋଇଥିବା ଭିଡିଓରେ କଙ୍ଗନା କହୁଛନ୍ତି ଯେ,"ମୁଁ ହିମାଚଳରୁ ଫେରୁଛି, କାରଣ ମୋର ବିମାନ ବାତିଲ ହୋଇଯାଇଛି । ପଞ୍ଜାବରେ ପହଞ୍ଚିଲା ବେଳକୁ ମୋତେ ଏଠାରେ ଅଟକାଇ ଦେଇଛନ୍ତି। ସେମାନେ ନିଜକୁ କୃଷକ ବୋଲି କହୁଛନ୍ତି। ସେମାନେ ଖରାପ ଶବ୍ଦର ବ୍ୟବହାର କରୁଛନ୍ତି। ହତ୍ୟା କରିବାକୁ ଧମକ ଦେଉଛନ୍ତି | ତେବେ ଦେଶରେ ଜନସାଧାରଣମାନେ ମତେ ବିଚ୍ ରାସ୍ତାରେ ମାରି ଦେବା କଥା କହୁଛନ୍ତି।

Advertisment

ସେ କହିଛନ୍ତି ଯେ ଯଦି ତଙ୍କ ସହ ସିକ୍ୟୁରିଟି ନଥିଲେ ତାଙ୍କର କ’ଣ ହୋଇଥାନ୍ତା । ଏହା ବହୁତ ନିନ୍ଦନୀୟ କଥା, କାରଣ ଏତେ ସଂଖ୍ୟାରେ ପୋଲିସ ଥାଇ ମଧ୍ୟ ମତେ ଏଠାରୁ ଯିବାକୁ ଦିଆଯାଉନାହିଁ । ତାଙ୍କ କହିବାନୁଯାୟୀ ତାଙ୍କ ନାମ ଧରି ରାଜନୀତି କରାଯାଉଛି । ସେ କହିଛନ୍ତି ଯେ ତାଙ୍କ ସହ ଭିଡ ହିଂସା(ମବ୍ ଲିଞ୍ଚିଙ୍ଗ) ହେଉଛି ।

Advertisment

କଙ୍ଗନା ସେୟାର କରିଥିବା ଭିଡିଓରେ ଉପସ୍ଥିତ ଥିବା ମହିଳାମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। କଙ୍ଗନା ତାଙ୍କୁ କହୁଛନ୍ତି ଯେ - ମୁଁ ତୁମ ପାଇଁ ଏହା କହି ନାହିଁ | ମୁଁ ଶାହିନ୍ ବାଗଙ୍କ ମହିଳାମାନଙ୍କ ପାଇଁ ଏହା କହିଥିଲି । ସୂଚନାଯୋଗ୍ୟ ଯେ ମହିଳା ମାନେ ଏହି କଥାରେ ହିଂସା କରୁଛନ୍ତି, ଯେଉଁଠି କଙ୍ଗନା କହିଥିଲେ କି କୃଷକ ଆନ୍ଦୋଳନରେ ମହିଳାଙ୍କୁ ୧୦୦ ଟଙ୍କାରେ ଛିଡା କରାଯାଇଛି ।

ବହୁ ସଂଘର୍ଷ ପରେ ଚାଷୀମାନେ କଙ୍ଗନାକୁ ଛାଡିଦେଇଥିଲେ । ସେଠାରୁ ବାହାରିବା ପରେ କଙ୍ଗନା ଆଉ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି ଯେ ମୁଁ ମୋର ଶୁଭେଚ୍ଛୁମାନଙ୍କୁ କହିବାକୁ ଚାହେଁ ଯେ ମୁଁ ସେଠାରୁ ବାହାରିଯାଇଛି । ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି | ଯେଉଁମାନେ ମୋତେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ପଞ୍ଜାବ ପୋଲିସ ଏବଂ CRPF କୁ ମଧ୍ୟ ଧନ୍ୟବାଦ।

Protest Kangana Ranawat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ