Advertisment

ଗଙ୍ଗାଘାଟରେ କଲ୍ୟାଣ ସିଂହଙ୍କର ହେଲା ଅନ୍ତିମ ସଂସ୍କାର

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ହୋଇଛି। ୟୁପି ବୁଲନ୍ଦସହରସ୍ଥିତ ଗଙ୍ଗାଘାଟରେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ହଜାର ହଜାର ଲୋକ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି। କିଛି ସମୟ ତଳେ କଲ୍ୟାଣ ସିଂଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା। ଉତ୍ତରପ୍ରଦେଶରେ ତିନି ଦିନିଆ ଶୋକ ପାଳନ କରାଯାଉଛି। ଗତକାଲି କଲ୍ୟାଣ ସିଂହଙ୍କ ପାର୍ଥିବ ଶରୀରକୁ ପ୍ରଧାନମନ୍ତ୍ରୀ ମୋଦି ଦର୍ଶନ କରିଥିଲେ

ଅଦ୍ୟତନ ହୋଇଛି
funeral-of-uttar-pradesh-former-chief-minister-kalyan-singh

funeral-of-uttar-pradesh-former-chief-minister-kalyan-singh

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ହୋଇଛି। ୟୁପି ବୁଲନ୍ଦସହରସ୍ଥିତ ଗଙ୍ଗାଘାଟରେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ହଜାର ହଜାର ଲୋକ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି। କିଛି ସମୟ ତଳେ କଲ୍ୟାଣ ସିଂଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା। ଉତ୍ତରପ୍ରଦେଶରେ ତିନି ଦିନିଆ ଶୋକ ପାଳନ କରାଯାଉଛି। ଗତକାଲି କଲ୍ୟାଣ ସିଂହଙ୍କ ପାର୍ଥିବ ଶରୀରକୁ ପ୍ରଧାନମନ୍ତ୍ରୀ ମୋଦି ଦର୍ଶନ କରିଥିଲେ। ଆଜି ଗୃହ ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଓ ଭି.କେ. ସିଂହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍ତର ପ୍ରଦେଶର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ କଲ୍ୟାଣ ସିଂହ। ସେ ଥିଲେ ଦଳ ତରଫରୁ ପଛୁଆ ବର୍ଗର ଚେହେରା। ରାମ ମନ୍ଦିର ଆନ୍ଦୋଳନରେ କଲ୍ୟାଣ ସିଂହ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେପ୍ସିସ୍ ଓ ମଲ୍ଟି ଅର୍ଗାନ ଫେଲ୍ୟୁୟର ଯୋଗୁଁ ୮୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

Advertisment

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶନିବାର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ ଓ ରାଜସ୍ଥାନର ରାଜ୍ୟପାଳ ମଧ୍ୟ ଥିଲେ କଲ୍ୟାଣ।

Advertisment

ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସରେ ତାଙ୍କର ପରଲୋକ ହୋଇଥିଲା। ସେ ସେପ୍‌ସିସ୍‌ ରୋଗରେ ଆକ୍ରାନ୍ତ ଥିଲେ ଏବଂ ପରେ ତାଙ୍କର ଅନେକ ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ଅକାମୀ ହୋଇଯାଇଥିଲା। ଗତ ଜୁଲାଇ ୪ରେ ସେ ମେଡ଼ିକାଲରେ ଭର୍ତି ହୋଇଥିଲେ। ମେଡ଼ିକାଲରେ ତାଙ୍କର ପୂରା ଶରୀର ସଂକ୍ରମିତ ଥିଲା ତେଣୁ ତାଙ୍କର ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ମଧ୍ୟ କରୁଥିଲେ। ଏହାସହ ଗତ କିଛି ଦିନ ହେବ ସେ ଭେଂଟିଲେଟରରେ ମଧ୍ୟ ରହିଥିବା ନେଇ ମେଡ଼ିକାଲ କର୍ତୃପକ୍ଷ ସୂଚନା ଦେଇଥିଲେ। ତେବେ ଶନିବାର ଦିନ ୮୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ବିଜେପିର ଜଣେ ଟାଣୁଆ ନେତା ଥିଲେ କଲ୍ୟାଣ। ତାଙ୍କ ମୃତ୍ୟୁରେ ୩ ଦିନିଆ ଶୋକ ପାଳନ ହେଉଛି ୟୁପିରେ।

UP Kalyan Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ