Advertisment

ବିହାର ପରେ ଝାଡ଼ଖଣ୍ଡରେ ହେବ ପଟ୍ଟ ପରିବର୍ତ୍ତନ, କଳ୍ପନା ସୋରେନ୍ ହେବେ ମୁଖ୍ୟମନ୍ତ୍ରୀ !

ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ଅଦ୍ୟତନ ହୋଇଛି
Kalpana Soren may take over as Jharkhand Chief Minister

Kalpana Soren

Advertisment

ବିହାର ପରେ ଏବେ ଝାଡଖଣ୍ଡରେ ମଧ୍ୟ ପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି । ମନି ଲଣ୍ଡେରିଂ ସହ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏବେ ତାଙ୍କ ଖୋଜ ଖବର ମିଳୁନି । ଗତକାଲି ଇଡି ଏନେଇ ହେମନ୍ତଙ୍କୁ ଜେରା କରିବାକୁ ଯାଇଥିବା ବେଳେ ତାଙ୍କୁ ପାଇ ନ ଥିଲା। ଦିଲ୍ଲୀ ବାସଭବନକୁ ଯାଇ ଇଡି କର୍ମଚାରୀ ନିରାଶ ହୋଇ ଫେରିଥିଲେ। ତେବେ ଏହାରି ମଧ୍ୟରେ ରାଞ୍ଚିରେ JMM ବିଧାୟକଙ୍କ ସହ ବୈଠକ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଏହି ବୈଠକରେ ହେମନ୍ତଙ୍କ ପତ୍ନୀ କଳ୍ପନା ମଧ୍ୟ ଉପସ୍ଥିତ ରହିଛନ୍ତି।

Advertisment

ଇତି ମଧ୍ୟରେ ଇଡି ତରଫରୁ ଜାରି ଅନ୍ତିମ ସମନର ଅବଧି ସମାପ୍ତ ହୋଇଛି। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନି, ତେଣୁ ଆକଳନ କରାଯାଉଛି ଯେ, ସତ୍ତାପକ୍ଷ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିବ। କୁହାଯାଉଛି କି ଏଭଳି ସ୍ଥିତିରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଯଦିଓ କଳ୍ପନାଙ୍କ ଜନ୍ମ ରାଂଚିରେ ହୋଇଥିଲା, ତାଙ୍କ ପରିବାର ହେଉଛନ୍ତି ବାରିପଦାର ମୂଳ ବାସିନ୍ଦା। ଏବେ ବି କଳ୍ପନାଙ୍କ ପରିବାର ବାରିପଦାରେ ରହୁଛନ୍ତି। ହେମନ୍ତ ଓ କଳ୍ପନାଙ୍କ ବାହାଘର ୨୦୦୬ ଫେବ୍ରୁଆରି ୭ ତାରିଖରେ ହୋଇଥିଲା।

ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏ ନେଇ ଦାବି କରିଛନ୍ତି। ଲେଖିଛନ୍ତି ଯେ, ଖୁବ୍‌ଶୀଘ୍ର ହେମନ୍ତ ନିଜ ସହଯୋଗୀମାନଙ୍କୁ ଡକାଇବା ପରେ ଏ ନେଇ ଖୁଲାସା କରିପାରନ୍ତି। ଖାସ ସେଇଥିପାଇଁ ସେ JMM ଏବଂ କଂଗ୍ରେସର ବିଧାୟକଙ୍କୁ ରାଞ୍ଚି ଡାକିଛନ୍ତି। 

Advertisment

ଏହା ପୂର୍ବରୁ ଇଡି ସୋରେନଙ୍କ ଦିଲ୍ଲୀ ବାସଭବନରେ ମଧ୍ୟ ଚଢାଉ କରିଛି। ଏହି ସମୟରେ ଇଡି କିଛି ଡକ୍ୟୁମେଣ୍ଟ ଏବଂ ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର ଜବତ କରିଛି। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଅନୁସନ୍ଧାନ କରୁଥିବାବେଳେ ଇଡି ୧୨ ଘଣ୍ଟାରୁ ଅଧିକ ସମୟ ଧରି ବାସଭବନରେ ଛାଉଣି କରିଥିଲା। ବର୍ତ୍ତମାନ ଇଡି କର୍ମଚାରୀମାନେ ଦିଲ୍ଲୀ ବିମାନବନ୍ଦରରେ ଜଗି ରହିଛନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ହେମନ୍ତଙ୍କୁ ଗତକାଲି ଗିରଫ କରାଯାଇ ଥାଆନ୍ତା ।

Enforcement Directorate Hemant Soren Kalpana Soren
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ