Advertisment

ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବୟାନ ଦେଇ କାଳୀଚରଣ ମହାରାଜ ଗିରଫ

ମଧ୍ୟପ୍ରଦେଶ ଖଜୁରାହରୁ କାଳୀଚରଣ ମହାରାଜଙ୍କୁ ଉଠାଇଲା ଛତିଶଗଡ଼ ପୋଲିସ୍ । ତେବେ ଏହି ଘଟଣାକୁ ନେଇ ମୁହାଁମୁହିଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର । ପୋଲିସର କାର୍ଯ୍ୟଶୈଳୀକୁ ନେଇ ଆପତ୍ତି ଉଠାଇଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ।

kalicharan

kalicharan

Advertisment

ବହୁଚର୍ଚ୍ଚିତ କାଳୀଚରଣ ମହାରାଜ ଗିରଫ । ମଧ୍ୟପ୍ରଦେଶରୁ ତାଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ୍ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ନାଥୁରାମ୍ ଗୋଡ଼ଶେଙ୍କ ପ୍ରଂଶସା କରିବା ସହ ଗାନ୍ଧି ହତ୍ୟାକୁ ଯଥାର୍ଥ ଦର୍ଶାଇଥିଲେ । ଏହାକୁ ନେଇ ମେୟର ପ୍ରମୋଦ ଦୁବେ ଥାନାରେ ମାମଲା ରୁଜୁ କରିଥିଲେ । ତାଙ୍କ ନାଁରେ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ମାମଲା ମଧ୍ୟ ହୋଇଥିଲା। ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାରକମ ସନ୍ଥ କାଳୀଚରଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଥିଲେ।

Advertisment

ଏହାପରେ କାଳୀଚରଣଙ୍କୁ ଗିରଫ କରିବାକୁ ଛତିଶଗଡ଼ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତେବେ ଏହାରି ଭିତରେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଚାଲି ଯାଇଥିଲେ କାଳୀଚରଣ । ମଧ୍ୟପ୍ରଦେଶର ଖଜୁରାହ ଠାରୁ ୨୫ କିଲୋମିଟର ଦୂର ବାଗେଶ୍ୱର ଧାମ ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଭଡାରେ ରହୁଥିଲେ । ସୂଚନା ପାଇବା ପରେ ୧୦ ଜଣିଆ ଛତିଶଗଡ଼ ପୋଲିସ୍ ଟିମ୍ ତାଙ୍କୁ ଗିରଫ କରି ରାୟପୁର ନେଉଛି ।

ସେପଟେ ଏହାକୁ ନେଇ ଦୁଇ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ଛତିଶଗଡ଼ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ପୋଲିସ୍ ଇଣ୍ଟର ଷ୍ଟେଟ୍ ପ୍ରୋଟୋକଲ୍ ଉଲ୍ଲଂଘନ କରିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନରୋତ୍ତମଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ମହାତ୍ମା ଗାନ୍ଧିଙ୍କ ବିରୋଧରେ ବୟାନ ଦେଉଥିବା ବ୍ୟକ୍ତି ଗିରଫ ହେବା ପରେ ନରୋତ୍ତମ ଖୁସି ଅଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରି କଟାକ୍ଷ କରିଛନ୍ତି ।

Advertisment
Mahatma Gandhi Kalicharan Raipur Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ