Advertisment

ଜଷ୍ଟିସ ଲଳିତଙ୍କୁ ପରବର୍ତ୍ତୀ CJI ନିଯୁକ୍ତ କଲେ ରାଷ୍ଟ୍ରପତି

ଜଷ୍ଟିସ ଉଦୟ ଉମେଶ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି।

Justice Uday Umesh Lalit

Justice Uday Umesh Lalit

Advertisment

ଜଷ୍ଟିସ୍ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ CJI । ୪୯ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଲଳିତଙ୍କ ନାଁ ଘୋଷଣା ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଲଳିତଙ୍କୁ ପରବର୍ତ୍ତୀ CJI ଭାବେ ନିଯୁକ୍ତ କରିଛନ୍ତି ।

Advertisment

ଅଗଷ୍ଟ ୨୭ ତାରିଖରେ ଜଷ୍ଟିସ ଲଳିତ ଦାୟିତ୍ୱ ନେବେ । ମାତ୍ର ୭୪ ଦିନ ପାଇଁ ସେ ପ୍ରଧାନ ବିଚାରପତି ପଦରେ ରହିବେ । ନଭେମ୍ବର ୮ରେ ତାଙ୍କ କାର୍ଯ୍ୟକାଳ ସରିବ । ଚଳିତ ମାସ ୨୬ ତାରିଖରେ ଜଷ୍ଟିସ ରମନ୍ନା ଅବସର ନେବେ । ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ରମନ୍ନା ଜଷ୍ଟିସ ୟୁୟୁ ଲଳିତଙ୍କ ନାଁ ସୁପାରିଶ କରିଥିଲେ ।

ଲଳିତ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି । ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ବେଞ୍ଚରେ ତାଙ୍କୁ ସାମିଲ କରାଯାଇଥିଲା । ହେଲେ ପୂର୍ବରୁ ସେ ଅଯୋଧ୍ୟା ବିବାଦରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ପାଇଁ କେଶ୍ ଲଢ଼ିଥିବାରୁ ଏନେଇ ଅଭିଯୋଗ ଆସିବା ପରେ ଜଷ୍ଟିସ ଲଳିତ ସେତେବେଳେ ଏହି ୫ ଜଣିଆ ବେଞ୍ଚରୁ ନିଜ ଆଡୁ ଓହରି ଯାଇଥିଲେ ।

Advertisment

୨୦୦୪ରେ ଲିତଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା।  ସିବିଆଇ ପକ୍ଷରୁ ଲଳିତ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି।  ପରେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ ଅଗଷ୍ଟ ୧୩ ତାରିଖରେ ଲଲିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

Chief Justice Of India Justice Uday Umesh Lalit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ