Advertisment

ଲଭ୍‌ରୁ ଷ୍ଟାର୍ଟ ମର୍ଡରରେ ଦ ଏଣ୍ଡ୍‌: ଗିରଫ ହେଲେ ବିଚାରପତିଙ୍କ ଝିଅ

ଜାତୀୟସ୍ତରର ସୁଟର ସୁଖମନ୍‌ପ୍ରୀତ୍‌ ସିଂ ସିଦ୍ଧୁ ଓରଫ ସିପି ସିଦ୍ଧୁଙ୍କୁ ହତ୍ୟା ମାମଲାରେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଧିକ ଜେରା ପାଇଁ ସିବିଆଇ ବିଚାରପତିଙ୍କ ଝିଅଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି।

ଅଦ୍ୟତନ ହୋଇଛି
Judge's Daughter Arrested

Judge's Daughter Arrested

Advertisment

୨୦୧୫ ମସିହାରେ ଜାତୀୟସ୍ତରର ସୁଟର ତଥା କର୍ପୋରେଟ୍ ଓକିଲ ସୁଖମନ୍‌ପ୍ରୀତ୍‌ ସିଂ ସିଦ୍ଧୁ ଓରଫ ସିପି ସିଦ୍ଧୁଙ୍କୁ ହତ୍ୟା ମାମଲାରେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରାଯାଇଛି। ସିଦ୍ଧୁଙ୍କ ପ୍ରେମିକା ତଥା ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସାବିନା ସିଂଙ୍କ ଝିଅ କଲ୍ୟାଣୀ ସିଂଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ଗିରଫ ପରେ ଅଧିକ ଜେରା ପାଇଁ ସିବିଆଇ କଲ୍ୟାଣୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଉଭୟ ସିପି ସିଦ୍ଧୁ ଓ କଲ୍ୟାଣୀଙ୍କ ମଧ୍ୟରେ ଘନିଷ୍ଠ ପ୍ରେମ ସମ୍ପର୍କ ଥିଲା। ଏକ ସରକାରୀ କଲେଜରେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ କଲ୍ୟାଣୀ କାର୍ଯ୍ୟ କରୁଥିଲେ। ସିଦ୍ଧୁଙ୍କୁ ବିବାହ କରିବା ପାଇଁ କଳ୍ୟାଣୀ ଚାହୁଁଥିଲେ। ହେଲେ ସମ୍ପର୍କରେ ସେତେବେଳେ ତିକ୍ତତା ଆସିଥିଲା ଯେତେବେଳେ କଳ୍ୟାଣୀଙ୍କ ବିବାହ ପ୍ରସ୍ତାବକୁ ସିଦ୍ଧୁଙ୍କ ପିତାମାତା ପ୍ରତ୍ୟାଖ୍ୟାନ କରିଥିଲେ। 

ପ୍ରେମ ସଂପର୍କରେ ତିକ୍ତତା ଆସିବାରୁ କଲ୍ୟାଣୀ, ସିଦ୍ଧୁଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏନେଇ ସିଦ୍ଧୁଙ୍କ ପରିବାର ଲୋକ କଲ୍ୟାଣୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ହତ୍ୟା ମାମଲାରେ କଲ୍ୟାଣୀଙ୍କ ଜଣେ ସହଯୋଗୀଙ୍କ ହାତ ଥିବା ଜଣାପଡ଼ିଛି। 

Advertisment

ସିଦ୍ଧୁଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଚଣ୍ଡୀଗଡ଼ ପ୍ରଶାସନର ଅନୁରୋଧ କ୍ରମେ ୨୦୧୬ ମସିହାରେ କେନ୍ଦ୍ରୀୟ ଏଜେନ୍ସି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ସିବିଆଇ ତଦନ୍ତ ବେଳେ ହତ୍ୟା ମାମଲାରେ କଲ୍ୟାଣୀଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

ସୂଚନାଥାଉ କି, ୨୦୧୫ ମସିହା ସେପ୍ଟେମ୍ବର ୧୮ରେ ଅନ୍ୟ ଲୋକଙ୍କ ମୋବାଇଲ୍‌ରୁ ଫୋନ୍‌ କରି କଲ୍ୟାଣୀ, ସିଦ୍ଧୁଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସିଦ୍ଧୁଙ୍କୁ ଚଣ୍ଡୀଗଡ଼ ସ୍ଥିତ ସେକ୍ଟର ୨୭ ପାର୍କରେ ଭେଟିବାକୁ କଲ୍ୟାଣୀ କହିଥିଲେ। ସେପ୍ଟେମ୍ବର ୧୮ରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା ଓ ସେପ୍ଟେମ୍ବର ୨୦ ରାତିରେ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିଲା। 

Advertisment
CBI Murder Case Judge Daughter Arrested Shooter Sippy Sidhu Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ