Advertisment

ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ ଟିକା ପ୍ରସ୍ତାବ ପ୍ରତ୍ୟାହାର!

କିଛି ଦିନ ପୂର୍ବରୁ ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ କମ୍ପାନୀ ଏହାର କରୋନା ଟିକାକୁ ମଞ୍ଜୁର କରିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛି। ତେବେ କମ୍ପାନୀର ଏହି ପଦକ୍ଷେପ ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏହି ସୂଚନା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଉତ୍ସରୁ ଜଣାପଡିଛି।

ଅଦ୍ୟତନ ହୋଇଛି
ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ ଟିକା ପ୍ରସ୍ତାବ ପ୍ରତ୍ୟାହାର!

johnson-and-johnson-vaccine

Advertisment

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ କମ୍ପାନୀ ଏହାର କରୋନା ଟିକାକୁ ମଞ୍ଜୁର କରିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛି। ତେବେ କମ୍ପାନୀର ଏହି ପଦକ୍ଷେପ ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏହି ସୂଚନା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଉତ୍ସରୁ ଜଣାପଡିଛି।

Advertisment

ବିଦେଶୀ ଟିକା ଆମଦାନି କରି କରୋନା ମହାମାରୀରୁ ମୁକୁଳିବା ପାଇଁ ଭାରତ ଏକ ବଡ ଧରଣର ପ୍ରସ୍ତୁତି କରୁଥିବା ବେଳେ ବର୍ତ୍ତମାନ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ତରଫରୁ ଟିକା ପ୍ରସ୍ତାବ ପ୍ରତ୍ୟାହାର ନେଇ ଭାରତକୁ ଏକ ବଡ଼ ଧରଣର ଝଟ୍‌କା ଲାଗିପାରେ। ପ୍ରକାଶଥାଉ ଯେ ବର୍ତ୍ତମାନ ଦେଶରେ କରୋନା ବିରୋଧରେ କେବଳ ଗୋଟିଏ ବିଦେଶୀ ଟିକା ବ୍ୟବହାର କରାଯାଉଛି, ତାହା ହେଉଛି ଋଷର ସ୍ପୁଟନିକ୍ ଭି। ଏହାପୂର୍ବରୁ, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଦାବି କରିଥିଲା ଯେ ଏହାର ଟିକାର ପ୍ରଥମ ଡୋଜ୍ କରୋନା ବିରୋଧରେ ୮୫ ପ୍ରତିଶତ ପ୍ରଭାବଶାଳୀ ଅଟେ।

ସୂଚନାଯୋଗ୍ୟ ଯେ ଆମେରିକାର ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଚଳିତ ବର୍ଷ ଏପ୍ରିଲରେ ଭାରତରେ କୋଭିଡ୍‌ ଟିକା ପରୀକ୍ଷା ପାଇଁ ଆବେଦନ କରିଥିଲା। ତେବେ, ସେହି ସମୟରେ ଆମେରିକାରେ ଟିକାକରଣ ଯୋଗୁଁ ରକ୍ତ ଜମାଟ ବାନ୍ଧିବା ଅଭିଯୋଗ ପରେ ଏହାର ପରୀକ୍ଷା ବନ୍ଦ ହୋଇଯାଇଥିଲା। କମ୍ପାନୀ ସେହି ସମୟରେ ଏହାର ଅଫର ପ୍ରତ୍ୟାହାର କରିନେଲା ଯେତେବେଳେ ଭାରତ ଅନ୍ୟ ଏକ ବିଦେଶୀ ଟିକା ସହିତ ଆଇନଗତ ପ୍ରସଙ୍ଗରେ ଜଡିତ ହେଲା।

Advertisment

ଟିକା ଆମଦାନୀ ପ୍ରସ୍ତାବରେ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ଟିକାକରଣ ସମୟରେ ଟିକା ସହ ଜଡିତ ସମସ୍ୟାର ସମାଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଟିମ୍ ଫାଇଜର, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଏବଂ ମର୍ଡନା କମ୍ପାନୀଗୁଡିକ ସହିତ ନିରନ୍ତର ଆଲୋଚନା କରୁଛି।

COVID-19 Vaccine New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ