Advertisment

ଭାରତକୁ ଖୁବ ଶୀଘ୍ର ମିଳିପାରେ ସିଙ୍ଗଲ୍-ଡୋଜ୍ ଟିକା

ଆମେରିକା ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଭାରତରେ କରୋନା ବିରୋଧରେ ସିଙ୍ଗଲ୍ -ଡୋଜ୍‌ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମାଗିଛି। ଯଦି ଏହାକୁ ସରକାର ମଞ୍ଜୁର କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ, ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେଇ ଚାଲିଛି। ପ୍ରକାଶଥାଉ ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିରାଟ ଟିକାକରଣ ଅଭିଯାନ ଚାଲିଛି। କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି, ଏହି ତିନୋଟି ହେଉଛି ଡବଲ୍-ଡୋଜ୍ ଟିକା।

ଅଦ୍ୟତନ ହୋଇଛି
ଭାରତକୁ ଖୁବ ଶୀଘ୍ର ମିଳିପାରେ ସିଙ୍ଗଲ୍-ଡୋଜ୍ ଟିକା

Covid-19 Vaccine

Advertisment

ୱାଶିଂଟନ୍ : ଆମେରିକା ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଭାରତରେ କରୋନା ବିରୋଧରେ ସିଙ୍ଗଲ୍ -ଡୋଜ୍‌ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମାଗିଛି। ଯଦି ଏହାକୁ ସରକାର ମଞ୍ଜୁର କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ, ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେଇ ଚାଲିଛି। ପ୍ରକାଶଥାଉ ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିରାଟ ଟିକାକରଣ ଅଭିଯାନ ଚାଲିଛି। କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି, ଏହି ତିନୋଟି ହେଉଛି ଡବଲ୍-ଡୋଜ୍ ଟିକା। ଏହିସବୁ ଟିକା ଦ୍ୱାରା ପ୍ରାୟ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୪୯.୫୩ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି। ଜରୁରୀକାଳୀନ ବ୍ୟବହାର ପାଇଁ ଯଦି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ର ଟିକା ଅନୁମୋଦିତ ହୁଏ, ତେବେ ଏହା ଭାରତରେ ବ୍ୟବହୃତ ପ୍ରଥମ ସିଙ୍ଗଲ୍ ଡୋଜ୍ ଟିକା ହେବ।

Advertisment

କମ୍ପାନୀ ଏହା ପୂର୍ବରୁ ସୋମବାର କହିଥିଲା ଯେ ଏହାର ସିଙ୍ଗଲ୍-ଡୋଜ୍ କୋଭିଡ୍-୧୯ ଟିକା ଭାରତକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ବାବଦରେ ଭାରତ ସରକାରଙ୍କ ସହ ଚାଲିଥିବା ଆଲୋଚନାକୁ ଅପେକ୍ଷା କରିଛି। କମ୍ପାନୀ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପ୍ରାଇଭେଟ୍ ଲିମିଟେଡ୍ ଏହାର ସିଙ୍ଗଲ୍-ଡୋଜ୍ ଟିକା ନେଇ EUA ପାଇଁ ୫ ଅଗଷ୍ଟ ୨୦୨୧ରେ ଭାରତ ସରକାରଙ୍କୁ ଆବେଦନ କରିଥିଲା।

Advertisment

ବିବୃତ୍ତିରେ କୁହାଯାଇଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯାହା କମ୍ପାନୀର ବାୟୋଲୋଜିକାଲ ଇ-ଲିମିଟେଡ୍ ସହିତ ଗଠବନ୍ଧିତ ଭାରତ ତଥା ବିଶ୍ୱର ଲୋକଙ୍କୁ କୋଭିଡ-୧୯ ଟିକା ପାଇଁ ସିଙ୍ଗଲ୍-ଡୋଜ୍ ବିକଳ୍ପ ଦେଇଥାଏ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ ବାୟୋଲୋଜିକାଲ ଇ ଆମର ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ନେଟ୍‌ୱାର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ, ଯାହା ଆମର ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କୋଭିଡ-୧୯ ଟିକା ଯୋଗାଣରେ ସହାୟତା କରିବ।

ପ୍ରକାଶଥାଉ ଯେ ଭାରତ ପରି ଘନ ଜନସଂଖ୍ୟା ବିଶିଷ୍ଟ ଦେଶରେ ସିଙ୍ଗଲ୍-ଡୋଜ ଟିକା କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ବାଟ ଦେଖାଇବ।

Advertisment
COVID-19 COVID-19 Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ