lab attendant performs ECG on patient
ଆଶ୍ଚର୍ଯ୍ୟଜନକ ଘଟଣା । ବିରଳ ଦୃଶ୍ୟ । ସ୍ବାସ୍ଥ୍ୟ ସେବାର କରୁଣ ପରିସ୍ଥିତି । ୟୁଟ୍ୟୁବ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା । ସେ ପୁଣି ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ଯୋଧପୁରରୁ ସାମ୍ନାକୁ ଆସିଛି।
ସରକାରୀ ଡାକ୍ତରଖାନାର ଜଣେ ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରୋଗୀଙ୍କ ଜୀବନ ସହିତ ଖେଳୁଥିବା ଲ୍ୟାବ ଆଟେଣ୍ତାଣ୍ଟ ଓ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ: କାଙ୍ଗାଳ ପାକିସ୍ତାନର ବିକଳ ଦୃଶ୍ୟ : ଅଫର୍ ପାଇ ଲୁଟିନେଲେ
ତେବେ ସରକାରୀ ଡାକ୍ତରଖାନାରେ ଜଣେ ଲ୍ୟାବ ଆଟେଣ୍ତାଣ୍ଟକୁ ଏଭଳି ଇସିଜି କରୁଥିବା ଦେଖି ରୋଗୀଙ୍କ ସମ୍ପର୍କୀୟ କାରଣ ପଚାରିବାରୁ ସେ କହିଥିଲେ, ‘ଦୀପାବଳି ପାଇଁ ଲ୍ୟାବ ଟେକନିସିଆନ୍ ଛୁଟିରେ ଅଛନ୍ତି । ହସ୍ପିଟାଲରେ କର୍ମଚାରୀ ବି କମ୍ ଅଛନ୍ତି ସେଥିପାଇଁ ମୁଁ ୟୁଟ୍ୟୁବ ଦେଖି ଇସିଜି କରିବାକୁ ଉଦ୍ୟମ କରୁଛି । ପୂର୍ବରୁ ବି ଅନେକ ରୋଗୀଙ୍କ ଏଭଳି ଭାବେ ଇସିଜି କରିଛି ।’
ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲର ଅଧ୍ୟକ୍ଷ ବି.ଏସ୍ ଯୋଦ୍ଧା କହିଛନ୍ତି, ‘ ମୁଁ ନିଜେ ଶୁକ୍ରବାର ସକାଳେ ହସ୍ପିଟାଲରେ ଥିଲି । ହସ୍ପିଟାଲରେ କୌଣସି କର୍ମଚାରୀଙ୍କ ଅଭାବ ନଥିଲା । ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଯାହାର ଭୁଲ୍ ଥିବ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730718206.jpg)