Advertisment

JNU ରେ ଗୋଷ୍ଠୀ କନ୍ଦଳ; ମାରପିଟ୍‌ରେ ବୋହିଲା ରକ୍ତର ନଦୀ !

ମୁହାଁମୁହିଁ ହୋଇଛନ୍ତି ABVP ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ। ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି।

ଅଦ୍ୟତନ ହୋଇଛି
JNU ABVP Members Clash

JNU ABVP Members Clash

Advertisment

ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(JNU)ରେ ଗୋଷ୍ଠୀ କନ୍ଦଳ। ମୁହାଁମୁହିଁ ହୋଇଛନ୍ତି ABVP ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ। ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି। ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡିରେ ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି।

Advertisment

ସ୍କୁଲ ଅଫ୍ ଲାଙ୍ଗୁଏଜର ନିର୍ବାଚନ ସମିତି ଚୟନକୁ ନେଇ ବିବାଦ ଉପୁଜିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହାପୂର୍ବରୁ ଫେବୃଆରୀ ୧୦ ରେ ବିବାଦ ଉପୁଜିଥିଲା। ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି। ସେହିପରି ଦିଲ୍ଲୀ ପୋଲିସ କହିଛି ଉଭୟ ପକ୍ଷ ଅଭିଯୋଗ କରିଛନ୍ତି। ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରହିଛି। ଆହତ ଛାତ୍ରଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଗଣ୍ତଗୋଳର ଏକାଧିକ ଭିଡିଓ ଏବେ ସୋସିଆଲ୍‌ ମିଡିଆ ଏକ୍ସ ରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ଛାତ୍ରଙ୍କୁ ବାଡ଼ିରେ ପିଟୁଛନ୍ତି ଯୁବକ। ଅନ୍ୟ ଏକ ଭିଡିଓରେ ଯୁବକ ଜଣକ ଛାତ୍ରଙ୍କ ଉପରେ ସାଇକେଲ ଫୋପାଡ଼ି ମାରୁଛନ୍ତି। ଭିଡିଓରେ ଜଣେ ଛାତ୍ରଙ୍କ ମୁଣ୍ତରୁ ପ୍ରବଳ ରକ୍ତ ବୋହୁଥିବାର ବି ଦେଖିବାକୁ ମିଳିଛି।

Advertisment

ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନଥିବା ବେଳେ ଛାତ୍ର ଗୋଷ୍ଠୀ ପରସ୍ପରକୁ ଦାୟୀ କରିଛନ୍ତି। ଉଭୟ ଗୋଷ୍ଠୀ ପରସ୍ପରଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଉଭୟ ପକ୍ଷର ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବା ସୂଚନା ଦେଇଛି।

Advertisment
JNU Violence JNU ABVP Members Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ