Advertisment

ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ କଣ ରହିଛି ଫିଚର?

ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ

ଅଦ୍ୟତନ ହୋଇଛି
JIO Pohen

JIO Pohen

Advertisment

ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ । ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟକୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି, ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ। କିସ୍ତିରେ କିଣିବାକୁ ଇଚ୍ଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି।

Advertisment

ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ । ଡୁଆଲ ସିମ ସୁବିଧା ରହିଥିବା ଜିଓଫୋନ ନେକ୍ସଟରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର। ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି। ଏଥିସହିତ ୨ ଜିବି ରାମ, ୬୪ ବିଟ ସିପିୟୁ ସହିତ କ୍ୱାଡ଼କୋର କ୍ୟୁଏମ୨୧୫ ଚିପସେଟ ଏବଂ ୩୨ ଜିବି ଅନ୍ତର୍ନିହିତ ମେମୋରୀ ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଜିଓଫୋନ ନେକ୍ସଟରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା । ୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ ମୋଡ଼, ପୋଟ୍ରେଟ ମୋଡ଼ ତଥା ଏଚଡ଼ିଆର ମୋଡ଼ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣି ପାଇଁ ସ୍ୱତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି। 

Advertisment

ଏହି ଫୋନରେ ୩୫୦୦ ଏମଏଚର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ଅପଟିମାଈଜ ହୋଇ ପ୍ରି-ଲୋଡେଡ଼ ରହିଛି। ଏଥିସହିତ ସ୍ୱୟଂଚାଳିତ ସଫ୍ଟୱେର ଅପଗ୍ରେଡ଼, ରିଡ଼ ଆଲଉଡ, ଭାଷାନୁବାଦ, ଭଏସ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ରହିଛି ।

India Jio
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ