Advertisment

ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ: ଝୁଲୁଛି ହେମନ୍ତ ସୋରେନଙ୍କ ଭାଗ୍ୟ

ରାଜନୈତିକ ସଙ୍କଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଣ୍ଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି। ସେପଟେ ବିରୋଧୀ ବିଜେପି ତତ୍‌କ୍ଷଣାତ ଝାଡ଼ଖଣ୍ଡରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି।

ଅଦ୍ୟତନ ହୋଇଛି
Jharkhand Political Crisis

Jharkhand Political Crisis

Advertisment

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଅଫିସ ଅଫ୍ ପ୍ରଫିଟ୍‌ ମାମଲାକୁ ନେଇ ଝାଡ଼ଖଣ୍ଡ ସରକାରରେ ଅଚଳାବସ୍ଥା ଜାରି ରହିଛି। ସୋରେନଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ଚିଠି ଲେଖି ସାରିଥିବାବେଳ, ରାଜ୍ୟପାଳ ଏହାକୁ ଝୁଲାଇ ରଖିଛନ୍ତି। ଏଭଳି ସ୍ଥିତିରେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ୟୁପିଏ ପ୍ରତିନିଧି ଦଳ ଭେଟିଛନ୍ତି।

Advertisment

ଏହି ପ୍ରସଙ୍ଗରେ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଜେଏମଏମ୍ ଓ କଂଗ୍ରେସ ବିଧାୟକ ଟିମ୍ ଦାବି କରିଛନ୍ତି। ଏପରିକି ରାଜଭବନରୁ ସୋରେନଙ୍କ ବିଧାୟକ ପଦ ରଦ୍ଦ ଖବର ଲିକ୍‌କୁ ନେଇ ବିଧାୟକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଏକ ଗଣତାନ୍ତ୍ରିକ ସରକାର ପ୍ରତିଦ୍ୱନ୍ଦ୍ୱ ଏବଂ ଅସ୍ଥିରତା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି।

ରାଜନୈତିକ ସଙ୍କଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଣ୍ଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି। ସେପଟେ ବିରୋଧୀ ବିଜେପି ତତ୍‌କ୍ଷଣାତ ଝାଡ଼ଖଣ୍ଡରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି। 

Advertisment

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ନିକଟରେ ଖଣି ବିଭାଗ ଥିବା ବେଳେ ୨୦୨୧ରେ ସେ ନିଜକୁ ଖଣି ଲିଜ୍ ଅନୁମୋଦନ କରିଥିଲେ। ଏହା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୯-ଏର ଉଲ୍ଲଘଂନ କରୁଥିବା ନିର୍ବାଚନ କମିଶନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହା ଅନ୍ତର୍ଗତ ସୋରେନ୍‌ଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା ଲାଗି ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି। 

Hemant Soren Jharkhand CM Jharkhand CM Hemant Soren Jharkhand Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ