Advertisment

ଝାଡ଼ଖଣ୍ଡ ରାଞ୍ଚିରେ ଜଜ୍‌ଙ୍କ ହତ୍ୟା ଉଦ୍ଦେଶ୍ୟମୂଳକ ଥିଲା: ସିବିଆଇ

ଝାଡ଼ଖଣ୍ଡ ରାଞ୍ଚିରେ ଜୁଲାଇ ୨୮ରେ ଜିଲ୍ଲା ଜଜଙ୍କୁ ହତ୍ୟା ଘଟଣା ଉଦ୍ଦେଶ୍ୟମୂଳକ ଥିଲା। ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ପ୍ରାତ ଭ୍ରମଣରେ ଯାଉଥିବାବେଳେ ୨ ଜଣ ଅଟୋ ରିକ୍ସା ଚାଳକ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅଟୋ ଧକ୍କା ଦେଇ ମଡ଼ାଇ ଦେଇଥିଲେ ବୋଲି ସିବିଆଇ କହିଛି

ଅଦ୍ୟତନ ହୋଇଛି
CBI

CBI

Advertisment

ରାଞ୍ଚ: ଝାଡ଼ଖଣ୍ଡ ରାଞ୍ଚିରେ ଜୁଲାଇ ୨୮ରେ ଜିଲ୍ଲା ଜଜଙ୍କୁ ହତ୍ୟା ଘଟଣା ଉଦ୍ଦେଶ୍ୟମୂଳକ ଥିଲା। ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ପ୍ରାତ ଭ୍ରମଣରେ ଯାଉଥିବାବେଳେ ୨ ଜଣ ଅଟୋ ରିକ୍ସା ଚାଳକ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅଟୋ ଧକ୍କା ଦେଇ ମଡ଼ାଇ ଦେଇଥିଲେ ବୋଲି ସିବିଆଇ କହିଛି। ଆଜି ଏନେଇ ସିବିଆଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି। କ୍ରାଇମ ସିନ୍ ରିକ୍ରିଏଟ, ଘଟଣାର ତର୍ଜମା, ସିସିଟିଭି ଭିଜୁଆଲ୍ ଏବଂ ଫୋରେନସିକ ପ୍ରମାଣରୁ ଜଣାପଡ଼ିଛି ଯେ, ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ନିର୍ଦ୍ଦିଷ୍ଟ ଭାବେ ଉଦ୍ଦେଶ୍ୟ ରଖି ଅଟୋ ଧକ୍କା ଦେଇ ହତ୍ୟା କରାଯାଇଥିଲା ବୋଲି ସିବିଆଇ ଏହାର ରିପୋର୍ଟରେ କହିଛି।

Advertisment

ତେବେ ସିବିଆଇ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାଇଛି। ଏବେ ସମସ୍ତ ରିପୋର୍ଟକୁ ନିରୀକ୍ଷଣ କରାଯାଉଛି। ଏଣୁ ପରବର୍ତ୍ତୀ ମୁହୂର୍ତ୍ତରେ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସିବିଆଇ କହିଛି। ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଟୋ ଡ୍ରାଇଭର ଲଖନ ବର୍ମା ଓ ହେଲ୍ପର ରାହୁଲ ବର୍ମା।

ସୂଚନା ଅନୁସାରେ, ବହୁଚର୍ଚ୍ଚିତ ଧାନବାଦ୍‌ ଜଜ୍‌ ହତ୍ୟା ମାମଲାର ଷଡଯନ୍ତ୍ରକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ମିଳିବ ବୋଲି ଗତ ୧୫ ଅଗଷ୍ଟରେ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ମଧ୍ୟ କରାଯାଇଥିଲା। ସନ୍ଦେହଜନକ ପରିସ୍ଥିତିରେ ଗତ ଜୁଲାଇ ୨୮ରେ ଏକ ଅଟୋ ଦୁର୍ଘଟଣାରେ ଧାନବାଦ୍ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ଉତ୍କଳ ଆନନ୍ଦଙ୍କର ମୃତ୍ୟୁ ଘଟିଥିଲା।

Advertisment

ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଝାରଖଣ୍ଡ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଜୁଲାଇ ୨୯ରେ ହୋଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ପକ୍ଷରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ବିଚାରପତି ଉତ୍ତମ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାରେ ହତ୍ୟା ମାମଲା ରୁଜୁ କରି ଘଟଣାର ଯାଞ୍ଚ କରିଥିଲା।

Murder Crime Jharkhand Judge Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ