Jammu and Kashmir Votes
ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର । ସମ୍ବିଧାନର ଧାରା ୩୭୦ ଉଚ୍ଛଦ ପରେ ପ୍ରଥମ ଥର ଜାମ୍ମୁ ଓ କାଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି । ୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ନିଆଯାଉଛି ।
ଅଧିକ ପଢନ୍ତୁ : ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ: ରେଳମନ୍ତ୍ରୀ
ଏହା ଭିତରେ ରହିଛି କାଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬ ଓ ଜମ୍ମୁ ଡିଭିଜନର ରାମବନ, କିସ୍ତୱାର ଓ ଡୋଡାର ୮ ବିଧାନସଭା ସିଟ୍ । ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୩ ଲକ୍ଷ ୨୭ ହଜାର ଭୋଟର। ଏଥିପାଇଁ ମୋଟ୍ ୩ହଜାର ୨୭୬ ବୁଥ୍ କରାଯାଇଥିବା ବେଳେ ୧୪ହଜାର ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଓ ଶେଷ ତଥା ତୃତୀୟ ପର୍ଯ୍ୟାୟ ଭୋଟ୍ ଅକ୍ଟୋବର ୧ରେ ହେବ।
ଆସନ୍ତା ଅକ୍ଟୋବର ୮ ତାରିଖରେ ଜଣାପଡିବ କିଏ ମାରିବ ବାଜି । ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ବିଜେପି ପାଇଁ ଲିଟମସ୍ ଟେଷ୍ଟ । ସେଠାରେ କଂଗ୍ରେସ ଓ ଏନସି ମେଣ୍ଟ ବିଜେପି ବିରୋଧରେ ନିର୍ବାଚନ ଲଢୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726630748.jpg)