ଚାଲିଛି ଜାମ୍ମୁ କାଶ୍ମୀର ଭୋଟ ଗଣତି; ଅବଦୁଲ୍ଲା ଆଗୁଆ, ଇଲ୍‌ତିଜା ପଛୁଆ 

ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍‌ ହୋଇଛି । ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। 

Jammu And Kashmir Election 2024

ଚାଲିଛି ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି । ଦୁଇ ରାଜ୍ୟରେ କିଏ ଗଢିବ ସରକାର । ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍‌ ହୋଇଛି । ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା । ଏହାରି ଭିତରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଗୁଆ ରହିଛନ୍ତି । ବୁଡଗାମ୍ ଓ ଗନ୍ଦେରବାଲର ଉଭୟ ଆସନରେ ଓମାର ଆଗୁଆ ରହିଛନ୍ତି  । ସେହିପରି PDPର ଇଲ୍‌ତିଜା ମେହବୁବା ମୁଫତି ପଛୁଆ ରହିଛନ୍ତି । କିସ୍ତୋୱାରରେ ବିଜେପିର ସଗୁନ୍ ପରିହାର୍ ଆଗୁଆ ବି ରହିଛନ୍ତି । 

ଓମାର ଅବଦୁଲ୍ଲା କହିଛନ୍ତି, ଆଜି ମଧ୍ୟାହ୍ନ ସୁଦ୍ଧା ବହୁମତ ସ୍ପଷ୍ଟ ହୋଇଯିବ । ଭୋଟ ଗଣତିରେ ଟାମ୍ପରିଂ ହେବା ଉଚିତ ନୁହେଁ। ଜନାଦେଶ ବିଜେପି ବିରୋଧରେ ଆସିଲେ ଦଳ ଏହାକୁ ସ୍ୱୀକାର କରିବା ଆବଶ୍ୟକ । ନିର୍ବାଚନରେ ବିଜୟ ହାସଲ ନିମନ୍ତେ ଆମେ କଠିନ ପରିଶ୍ରମ କରିଛୁ ଓ ଏଥିରେ ସଫଳ ହେବୁ ବୋଲି ଆଶାବାଦୀ ରହିଛୁ।

ଗତ ଲୋକସଭା ନିର୍ବାଚନ ପରେ ଏହା ଦେଶର ପ୍ରଥମ ବିଧାନସଭା ଫାଇଟ୍ । ସେ ଦୃଷ୍ଟିରୁ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାଜନୈତି ଦଳଙ୍କ ଗୁରୁତ୍ବ ବଢ଼ିଛି । ତେବେ ବୁଥ୍ ବାହୁଡା ଜନମତ ସର୍ଭେରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଉଭୟ ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବା ସହ ବିଜେପି ପଛରେ ରହିବା ନେଇ ଏକାଧିକ ସଂସ୍ଥା ପୂର୍ବାକଳନ କରିଛନ୍ତି । 

ଉଲ୍ଲେଖ‌ଯୋଗ୍ୟ ଯେ ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।