Advertisment

କିଏ ଥିଲେ ଭାରତର ପ୍ରଥମ ବଜେଟ୍ ନିର୍ମାତା…

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟ୍‌ରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ? ଏହି ବ୍ୟକ୍ତି ମଧ୍ୟ ଦେଶରେ ପ୍ରଥମ ଥର ଇନ୍‌କମ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
James Wilson: Father of Indian Budget

James Wilson Father of Indian budget

Advertisment

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟ୍‌ରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ? ଏହି ବ୍ୟକ୍ତି ମଧ୍ୟ ଦେଶରେ ପ୍ରଥମ ଥର ଇନ୍‌କମ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ।

Advertisment

ଆମେ ସ୍କଟ୍‌ଲ୍ୟାଣ୍ଡର ବ୍ୟବସାୟୀ ତଥା ଅର୍ଥନୀତିଜ୍ଞ ଜେମ୍ସ ୱିଲସନ୍‌ଙ୍କ ବିଷୟରେ କହୁଛୁ। ଜେମ୍ସ ୱିଲ୍‌ସନ୍‌ ସାପ୍ତାହିକ ଖବରକାଗଜ ଓ ପତ୍ରିକା ଦି ଇକୋନୋମିଷ୍ଟ୍‌ ଆଣ୍ଡ୍ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ​​ବ୍ୟାଙ୍କ୍‌ର ପ୍ରତିଷ୍ଠାତା ଥିଲେ। ସେ ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ପ୍ରସ୍ତୁତ କରିଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜେମ୍ସ ୱିଲ୍‌ସନ୍‌ ଜଣେ ଟୋପି ନିର୍ମାତା ଥିଲେ। ଧୀରେ ଧୀରେ ସେ ତାଙ୍କର ଅର୍ଥନୀତିକ ଜ୍ଞାନକୁ ବଢେଇଥିଲେ ଓ ଭାଇସ୍‌ରୟ ଲର୍ଡ କ୍ୟାନିଂ କାଉନ୍‌ସିଲ୍‌ରେ ଆର୍ଥିକ ସଦସ୍ୟ ଭାବରେ ଭାରତରେ ନିଯୁକ୍ତ ହୋଇଥିଲେ। ସେ ବ୍ରିଟିଶ ସଂସଦର ସଦସ୍ୟ ମଧ୍ୟ ଥିଲେ ଏବଂ ବ୍ରିଟେନ୍‌ର ଟ୍ରେଜେରୀ ବିଭାଗର ଅର୍ଥ ସଚିବ ମଧ୍ୟ ଥିଲେ।

Advertisment

Live Updates: ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ

୧୮୫୯ ମସିହାରେ ୱିଲ୍‌ସନ୍‌ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ସ୍ୱାଧୀନତାର ପ୍ରଥମ ଯୁଦ୍ଧ ପରେ ବ୍ରିଟିଶରମାନଙ୍କ ଉପରେ ଆର୍ଥିକ ଚାପ ବଢିବାରେ ଲାଗିଲା। ସୈନ୍ୟବାହିନୀରେ ଅଧିକ ଅର୍ଥ ଖର୍ଚ୍ଚ ହେତୁ ସରକାରଙ୍କ ସମ୍ପତ୍ତି ସରି ଆସୁଥିଲା। ଏହି କାରଣରୁ ଏହାର ଋଣ ମଧ୍ୟ ବଢୁଥିଲା।

ୱିଲ୍‌ସନ୍‌ଙ୍କ ବଜାର ନୀତି ଉପରେ ବହୁତ ଭଲ ଜ୍ଞାନ ଥିଲା। ଏହି କାରଣରୁ ତାଙ୍କୁ ଭାରତରେ ବ୍ରିଟିଶ ରାଜ୍‌ର ଆର୍ଥିକ ସମସ୍ୟାକୁ ନେଇ ପରାମର୍ଶ ଦେବାକୁ ପଠାଯାଇଥିଲା। ସାମରିକ ତଥା ରାଜନୀତିରେ ସୃଷ୍ଟି ହୋଇଥିବା ଅଶାନ୍ତି ପରେ ୱିଲ୍‌ସନ୍‌ ଦେଶରେ ଇଂରାଜୀ ମଡେଲ୍‌ ବ୍ୟବହାର କରି ଭାରତର ପ୍ରଥମ ଆର୍ଥିକ ବଜେଟ୍‌ ପ୍ରସ୍ତୁତ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…

ଏହିସବୁ କାରଣରୁ ଭାରତରେ ଇନ୍‌କମ୍‌ ଟ୍ୟାକ୍ସର ଆରମ୍ଭ କରିବାର ଶ୍ରେୟ ଜେମ୍ସ ୱିଲ୍‌ସନ୍‌ଙ୍କୁ ଦିଆଯାଏ। ଏହି ଟ୍ୟାକ୍ସର ପ୍ରବର୍ତ୍ତନ ହେତୁ ସେହି ସମୟରେ ଦେଶରେ ଅନେକ ବିବାଦ ଉପୁଜିଥିଲା। ଆୟକର ଅଧିନିୟମ ଆସିବା ପରେ ଜମି ମାଲିକ ଏବଂ ଅନ୍ୟ ବ୍ୟବସାୟୀମାନେ ଏହି ଟ୍ୟାକ୍ସରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସେ ସେତେବେଳେ ଏହି ଟ୍ୟାକ୍ସକୁ ନେଇ ଯୁକ୍ତି ବାଢିଥିଲେ ଯେ ବ୍ରିଟିଶ ସରକାର ଅଧୀନରେ ଭାରତୀୟମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦିଆଯାଉଛି, ତେଣୁ ଏହାର ପ୍ରତିବଦଳରେ ଏହି ଟ୍ୟାକ୍ସ କେବଳ ଏକ ଛୋଟିଆ  ଦେୟ।

Union Budget Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ