Advertisment

ଦିଲ୍ଲୀ-ହରିୟାଣା ସୀମାରେ ଭିଡ; ସମସ୍ୟାରେ ବ୍ୟବସାୟୀ

ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ ହଟିବା ନେଇ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି।

Jam on Delhi-Haryana border

Jam on Delhi-Haryana border

Advertisment

ନୂଆଦିଲ୍ଲୀ : ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ ହଟିବା ନେଇ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି। ପ୍ରଧାନ ବିଚାରପତି ଡି ଏନ୍ ପଟେଲ ଓ ଜଷ୍ଟିସ ଅମିତ ବଂସଲଙ୍କ ଦ୍ୱାରା ଗଠିତ ବେଞ୍ଚକୁ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏଭଳି ତିନୋଟି ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ଯାହା ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛି।

Advertisment

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ନିଶ୍ଚିତ କରିବାକୁ ତଥା ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଉପରେ ଧ୍ୟାନ ଦେବାକୁ ଆବେଦନକାରୀଙ୍କ ପାଇଁ ବେଞ୍ଚ ପରାମର୍ଶ ଦେଇଛି, ଯାହା ଦ୍ୱାରା ହାଇକୋର୍ଟ କୌଣସି ବିରୋଧୀ ଆଦେଶ ଦେଇ ପାରିବେ ନାହିଁ। ତେବେ ନଭେମ୍ବର ୧୫ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନକାରୀ ବାହାଦୂରଗଡ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜର ଓକିଲ କହିଛନ୍ତି ଯେ ଦିଲ୍ଲୀ ଓ ହରିୟାଣାର ସୁରକ୍ଷା ବାହିନୀ ଦ୍ୱାରା ଅବରୋଧ ହେତୁ ଗତ ୧୦ ମାସ ମଧ୍ୟରେ ଦୁଇ ରାଜ୍ୟ ମଧ୍ୟରେ କାର୍ଯ୍ୟ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରେ କୁହାଯାଇଛି ଯେ ହଜାର ହଜାର ଲୋକ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟବସାୟିକ ସଂଗଠନ କହିଛି ଯେ ସେମାନେ ଆଇନ ଶୃଙ୍ଖଳା ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଆବେଦନକାରୀଙ୍କ ଓକିଲ ଯେତେବେଳେ କହିଥିଲେ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ଯେ ଏଠାରୁ ଆମ୍ବୁଲାନ୍ସ ଯେପରି ବିନା କୌଣସି ବାଧାରେ ଯାଇପାରିବ, ସେତେବେଳେ ଦିଲ୍ଲୀ ପୋଲିସର ପ୍ରତିନିଧିତ୍ୱ କରୁଥିବା ଓକିଲ କହିଥିଲେ ଯେ ଏକ ଅଲଗା ମାର୍ଗ କରାଯାଇଛି ଏବଂ ସମସ୍ତ ଜରୁରୀକାଳୀନ ଯାନଗୁଡିକୁ ସେ ରାସ୍ତାରେ ଯିବାକୁ ଅନୁମତି ଦିଆଯାଇଛି।

Advertisment

ବାହାଦୂରଗଡ ହରିୟାଣାର ଝଞ୍ଜର ଜିଲ୍ଲାରେ। ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର ହଜାର ହଜାର କୃଷକ ଗତ ଦଶ ମାସ ଧରି ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥରେ କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରିଆସୁଛନ୍ତି।

New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ