S. Jaishankar
କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ପରେଡ୍ । ପ୍ରଦର୍ଶିତ ହେଲା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡର ପ୍ରତିକୃତି । କାନାଡ଼ାର ବ୍ରମ୍ପଟନ ସହରରେ ଖଲ୍ଲିସ୍ତାନୀଙ୍କ ପକ୍ଷରୁ ଶୋଭାଯାତ୍ରା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ୍ ହେବା ପରେ ଏ ନେଇ ଦେଖାଦେଇଛି ବିବାଦ । ଘଟଣାକୁ ନେଇ କାନାଡା ଉପରେ ମଧ୍ୟ ଭାରତ ସରକାର ଖପ୍ପା ହୋଇଛନ୍ତି । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହା ଭାରତ ସରକାରଙ୍କ ସହ କାନାଡାର ସମ୍ପର୍କକୁ ପ୍ରଭାବିତ କରିବ ଏବଂ କାନାଡା ପାଇଁ ଭଲ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି । ଘଟଣା ପରେ କାନାଡା ହାଇକମିଶନର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।...
କାନାଡ଼ାର ବ୍ରମ୍ପଟନ ସହରରେ ଖଲ୍ଲିସ୍ତାନୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ହୋଇଥିଲେ । ଆଉ ଏହି ଶୋଭାଯାତ୍ରାର ଏକ ପ୍ରଜ୍ଞାପନ ମେଢ଼ ଭଳି ଦୃଶ୍ୟର ଭିଡିଓକୁ ନେଇ ଦେଖାଦେଇଛି ବିବାଦ। ଶୋଭାଯାତ୍ରାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଦୃଶ୍ୟକୁ ପ୍ରଦର୍ଶିତ କରାଯାଇଛି । ଏକ ଗାଡ଼ି ଉପରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିକୃତି ରଖାଯିବା ସହ ତାଙ୍କୁ ୨ ସୁରକ୍ଷାକର୍ମୀ ଗୁଳିକରି ହତ୍ୟା କରିଥିବା ଦୃଶ୍ୟ ପ୍ରଦର୍ଶନ କରାଯାଇଛି। ଗୋଟିଏ ପଟେ ଇନ୍ଦିରା ଗାନ୍ଧୀଙ୍କ ପୁତ୍ତଳିକା ରକ୍ତରେ ଜୁଡୁବୁଡୁ ଶାଢ଼ୀରେ ଛିଡ଼ା ହୋଇଥିବା ବେଳେ ତାଙ୍କ ହାତ ଉପରକୁ ରଖାଯାଇଛି । ଆଉ ଏହି ପ୍ରତିକୃତି ପଛପଟେ ଲେଖା ଯାଇଛି ରିଭେଞ୍ଜ ଅର୍ଥାତ ପ୍ରତିଶୋଧ।
ଅପରେସନ ବ୍ଲୁ ଷ୍ଟାରର ୩୯ ବର୍ଷ ପୂର୍ତ୍ତି ପୂର୍ବରୁ ଖଲ୍ଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ ୫ କିଲୋମିଟର ବ୍ୟାପୀ ଏଭଳି ଶୋଭାଯାତ୍ରା କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ ଆରମ୍ଭ ହୋଇଯାଇଛି ବିରୋଧ ପ୍ରଦର୍ଶନ। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ କାନାଡା ସରକାରଙ୍କ ଉପରେ ବର୍ଷିଛନ୍ତି । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହା ଭାରତ ସରକାରଙ୍କ ସହ କାନାଡାର ସମ୍ପର୍କକୁ ପ୍ରଭାବିତ କରିବ ବୋଲି ଜୟଶଙ୍କର କହିଛନ୍ତି।...
ଜୟଶଙ୍କରଙ୍କ ପ୍ରତିକ୍ରିୟା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ମିଲିନ୍ଦ ଦେୱଡା କାନାଡାର ବିବାଦୀୟ ଭିଡିଓ ସେୟାର କରି ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଦେୱଡ଼ା ଟ୍ୱିଟ୍ କରି ନିଜର କ୍ଷୋଭ ପ୍ରକାଶ କରିବା ସହ ଲେଖିଥିଲେ, ମୁଁ ଏକ ଭାରତୀୟ ଭାବେ କାନାଡ଼ାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଏଭଳି ଭାବେ ଶୋଭାଯାତ୍ରାରେ ପ୍ରଦର୍ଶିତ କରାଯିବା ଦେଖି ସ୍ତବ୍ଧ ଅଟେ ।ଏଥିପ୍ରତି ଆମକୁ ଏକଜୁଟ ହୋଇ ପ୍ରତିକ୍ରିୟା ଦେବା ଉଚିତ ବୋଲି ଦେୱଡା ଲେଖିଛନ୍ତି।
ଘଟଣା ପରେ କାନାଡା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। କାନାଡା ହାଇକମିଶନର କୈମରନ ମୈକେ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। କାନାଡାରେ ଏକ କାର୍ଯ୍ୟକ୍ରମରେ ଏଭଳି ଶୋଭାଯାତ୍ରା ବାହାରିଥିବା ଦେଖି ସେ ସ୍ତବ୍ଧ। ଘୃଣା ଏବଂ ହିଂସାର ପ୍ରଚାର କରୁଥିବା ଲୋକଙ୍କ ଲାଗି କାନାଡାରେ କୌଣସି ସ୍ଥାନ ନାହିଁ। ଘଟଣାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ବୋଲି ଲେଖିଛନ୍ତି।
ସେହିପରି କାନାଡାର ଜଣେ ସାଂସଦ ଚନ୍ଦ୍ରା ଆର୍ଯ୍ୟ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଖଲିସ୍ତାନୀମାନେ ସୀମା ଲଙ୍ଘି ସାରିଛନ୍ତି ଏବଂ ଅତ୍ୟନ୍ତ ତଳସ୍ତରକୁ ଚାଲିଯାଇଛନ୍ତି ବୋଲି କହିଛନ୍ତି। ଏଥିଲାଗି କାନାଡା ସେମାନଙ୍କୁ ଉଚିତ ଜବାବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।... କାନାଡ଼ାରେ ଯାହା କିଛି ବି ହୋଇଛି ବିଭିନ୍ନ ଆଡୁ ଏହାକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅନ୍ୟପଟେ ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686397562.jpg)