Advertisment

ସେପଟେ ମିଳିଲା ଜେଲ୍‌ ଦଣ୍ଡାଦେଶ, ଏପଟେ ପାଇଗଲେ ବେଲ୍‌...

ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍‌ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi Controversy

Jail For Congress Leader Rahul Gandhi In Modi Surname Case Gets Bail Soon After Court Hearing

Advertisment

‘ସମସ୍ତ ଚୋରଙ୍କ ସର୍‌ନେମ୍‌ ମୋଦି କାହିଁକି’ ? ... କଂଗ୍ରେସ ନେତା ରାହୁଲ ଗାନ୍ଧି(Rahul Gandhi )ଙ୍କ ଏହି ବୟାନ୍‌କୁ ନେଇ ଦାଖଲ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଗୁଜୁରାଟର ସୁରଟ ସେସନ୍‌ କୋର୍ଟ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। 

Advertisment

ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍‌ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି। ଏହି ସମୟରେ ସେ ସ୍ଥାୟୀ ଜାମିନ୍‌ ପାଇଁ ଆବେଦନ କରିପାରିବେ। 

ସୂଚନାଥାଉ କି, ୪ ବର୍ଷ ପୁରୁଣା ମାମଲାରେ ଗୁଜରାଟର ସୁରଟ କୋର୍ଟ ଆଜି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ପ୍ରକ୍ରିୟାରେ ରାହୁଲ ଗାନ୍ଧି କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଗୁଜୁରାଟ କଂଗ୍ରେସର ସମସ୍ତ ବଡ ନେତା ତାଙ୍କ ସହ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧି ଆଜି ନିଜେ ଦିଲ୍ଲୀରୁ ଆସି ସୁରଟରେ ପହଞ୍ଚିଥିଲେ ।

Advertisment
Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ