ଅଦ୍ୟତନ ହୋଇଛି
Jagdeep Dhankhar Takes Oath As New Vice President Of India
Advertisment
ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜଗଦୀପ ଧନଖଡ଼ଙ୍କୁ ଶପଥ ପାଠ କରାଇଥିଲେ। ଶପଥ ନେବା ପୂର୍ବରୁ ଜଗଦୀପ ଧନଖଡ଼ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଥାଉ କି, ଗତକାଲି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।
Advertisment
ଜାଣନ୍ତୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ...
- ୧୯୫୧ ମସିହା, ମେ’ ୧୮ରେ ରାଜସ୍ଥାନ ଝୁନଝୁନୁରେ ଜଗଦୀପ ଧନଖଡ଼ଙ୍କ ଜନ୍ମ
- ପେଶାରେ ସେ ଜଣେ ଆଇନଜୀବୀ
- ୧୯୮୯ ମସିହାରେ ଝୁନଝୁନୁ ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ
- ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ସରକାରରେ କେନ୍ଦ୍ର ସଂସଦୀୟ ବ୍ୟାପାର ଉପମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ
- ପରେ ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ପରେ ଧନଖଡ କଂଗ୍ରେସରେ ଯୋଗ ଦେଇଥିଲେ
- ୧୯୯୩ରେ ଆଜମେର ଜିଲ୍ଲା କିଶନଗଡରୁ କଂଗ୍ରେସ ଟିକେଟରେ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
- ଅଶୋକ ଗେହଲଟ୍ ରାଜସ୍ଥାନରେ କଂଗ୍ରେସର ଚେହେରା ଭାବେ ଉଭା ହେବା ପରେ ୨୦୦୩ରେ ଧନଖଡ଼ ବିଜେପିରେ ଯୋଗ ଦେଇଥିଲେ
- ପରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ କାମ କରିଥିଲେ
- ୨୦୧୯ରେ ଧନଖଡ଼ଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660202005.jpg)