Advertisment

ଶହୀଦ୍‌ଙ୍କ ନାଁରେ ସରକାରୀ ସ୍କୁଲ୍‌

ଶହୀଦ୍‌ଙ୍କ ନାଁରେ ହେଲା  ସରକାରୀ ସ୍କୁଲର ନାମ। ଜାମ୍ମୁକାଶ୍ମୀରରେ ଥିବା ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯାଇ ଶହୀଦଙ୍କ ନାମ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜାମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ସାମ୍ୱା ଗାଁର ସାଙ୍ଗୱାଲିରେ ଥିବା ସରକାରୀ ମିଡିଲ୍‌ ସ୍କୁଲ୍‌ର ନାମ କୁ ପରିବର୍ତ୍ତନ କରାଯାଇ ସୁଶିଲ ଖଜୁରିଆଙ୍କ (Kirti Chakra awardee martyr Lieutenant Sushil Khajuria) ନାମରେ ନାମିତ କରାଯାଇଛି ।

ଅଦ୍ୟତନ ହୋଇଛି
J & K School Named After Martyr Sushil Khajuria Father Responds To Mehbooba Mufti

J & K School Named After Martyr Sushil Khajuria Father Responds To Mehbooba Mufti

Advertisment

ନୂଆଦିଲ୍ଲୀ : ଶହୀଦ୍‌ଙ୍କ ନାଁରେ ହେଲା  ସରକାରୀ ସ୍କୁଲର ନାମ। ଜାମ୍ମୁକାଶ୍ମୀରରେ ଥିବା ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯାଇ ଶହୀଦଙ୍କ ନାମ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜାମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ସାମ୍ୱା ଗାଁର ସାଙ୍ଗୱାଲିରେ ଥିବା ସରକାରୀ ମିଡିଲ୍‌ ସ୍କୁଲ୍‌ର ନାମ କୁ ପରିବର୍ତ୍ତନ କରାଯାଇ ସୁଶିଲ ଖଜୁରିଆଙ୍କ (Kirti Chakra awardee martyr Lieutenant Sushil Khajuria) ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନକୁ ନେଇ ସହିଦ ଯବାନଙ୍କ ପରିବାର ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି । ନାମକରଣ ସମୟରେ ଶହୀଦଙ୍କ ପିତା ସୋମଦତ୍ତ ଖଜୁରିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଉପରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Advertisment

ନାମ ପରିବର୍ତ୍ତନକୁ ନେଇ ପରିବାର କହିଛନ୍ତି, ଏହାଦ୍ୱାରା ଆଗାମୀ ପିଢୀଙ୍କ ମଧ୍ୟରେ ସେବା ଭାବ ବଜାୟ ରହିବା ସହ ସହୀଦଙ୍କ ନାମକୁ ମଧ୍ୟ ସମସ୍ତେ ମନେ ରଖିବେ । ଏନେଇ ଶହୀଦଙ୍କ ବାପା କହିଛନ୍ତି, ଏହି ନିଷ୍ପତିକୁ ଆମେ ସ୍ୱାଗତ କରୁଛୁ, ହେଲେ ବହୁ ପୂର୍ବରୁ ଏହା ହେବାର ଥିଲା । କାରଣ ସ୍ୱାଧିନତା ପୂର୍ବରୁ ଯବାନ୍‌ ମାନେ ସହିଦ୍‌ ହେଉଛନ୍ତି । ଏହାସହ ସେ କହିଛନ୍ତି, ଯେଉଁମାନଙ୍କ ସନ୍ତାନ ସେନାରେ ଭର୍ତ୍ତି ହୋଇ ନାହାନ୍ତି ସେମାନେ ସହିଦଙ୍କ ବଳିଦାନ୍‌ ବିଷୟରେ କିଛି ଜାଣିପାରୁନାହାଁନ୍ତି । ଯଦି ସେମାନେ ବୟାନ୍‌ ଦେବାକୁ ଚାହାଁନ୍ତି, ତେବେ ସେମାନେ ମଧ୍ୟ ନିଜ ପିଲାମାନଙ୍କୁ ସେନାରେ ଭର୍ତ୍ତି କରିବା ଉଚିତ୍‌ । ଶହୀଦଙ୍କ ନାଁରେ ସ୍କୁଲର ନାମ ପରିବର୍ତ୍ତନ କରିବାର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମେହେବୁବା ପ୍ରଶ୍ନ କରିଛନ୍ତି, ଜାମ୍ମୁ କାଶ୍ମୀରର ଉଚ୍ଚ ସ୍ତରର ବେରୋଜଗାରୀର ସମ୍ମୁଖୀନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କରୁଛନ୍ତି  ବୋଲି ସେ ପ୍ରଶ୍ନ କରିଛନ୍ତି।

ଜାମ୍ମୁକାଶ୍ମୀରର ମୋଟ ଜନସଂଖ୍ୟାଙ୍କ ମଧ୍ୟରୁ ୮୦ ପ୍ରତିଶଧ ବେରୋଜଗାରୀ ରହିଛନ୍ତି । ସ୍କୁଲ, ବଜାର ଓ ରାସ୍ତାଘାଟର ନାମକୁ ପରିବର୍ତ୍ତନ କରିଦେଲେ କଣ ସେମାନେ ଚାକିରୀ ପାଇପାରିବେ କି ? ତେଣୁ ଏସବୁ ବୃଥା । ଏହାସହ ସେ କହିଛନ୍ତି, ପଥରାବ ଏକ ରୋଗ ନୁହେଁ, ବରଂ ଏକ ଲକ୍ଷଣ ଅଟେ । ଯାହା ଏବେ ବଢିବାରେ ଲାଗିଛି ।

Advertisment
Govt School Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ