Advertisment

ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀର ବାସିନ୍ଦା; ଖାଲି ହାତରେ ଆତଙ୍କବାଦୀଙ୍କୁ ଧରିଲେ

ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା...

ଅଦ୍ୟତନ ହୋଇଛି
J&K: 2 LeT Terrorists Apprehended By Villagers In Tuksan

J&K;: 2 LeT Terrorists Apprehended By Villagers In Tuksan

Advertisment

ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ । ବର୍ବରତା କାଣ୍ଡ ରଚାଉଥିବା ଆତଙ୍କବାଦୀଙ୍କୁ ଖାଲି ହାତରେ ଧରି ସାହସୀର ପରିଚୟ ଦେଇଛନ୍ତି ଗ୍ରାମବାସୀ । ଅସ୍ତ୍ରଶସ୍ତ୍ରରେ ସଜିତ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି ଜାମ୍ମୁକାଶ୍ମୀର ବାସିନ୍ଦା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଧରାପଡିଥିବା ଆତଙ୍କବାଦୀ ଫୈଜଲ ମହମ୍ମଦ ଏବଂ ତାଲିବ ହୁସେନ୍ ହୋଇଥିବା ଜଣାପଡିଛି ।

Advertisment

ସୂଚନା ଅନୁସାରେ, ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା ଲକ୍ସର-ଏ-ତୋଏବା ଆତଙ୍କୀ ସଙ୍ଗଠନର ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କଠାରୁ ଦୁଇଟି ଏକ-୪୭ ରାଇଫଲ, ୭ଟି ଗ୍ରିନେଡ୍, ପିସ୍ତଲ ଆଦି ମାରଣାସ୍ତ୍ର ଜବତ କରାଯାଇଛି । 

Advertisment

ଜାମ୍ମୁକାଶ୍ମୀରରେ ତୁକସାନ୍ ବାସିନ୍ଦା ଦୁଇ ଆତଙ୍କବାଦୀଙ୍କୁ ଧରିଥିବାରୁ ପୋଲିସ ଡିଜିଙ୍କ ସହ ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ସେମାନଙ୍କ ପାଇଁ ପୁରଷ୍କାର ରାଶି ପ୍ରଦାନ କରିବାର ଘୋଷଣା କରିଛନ୍ତି । ଡିଜିପି ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବାବେଳେ ଉପ ରାଜ୍ୟପାଳ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏନେଇ ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି ।

Advertisment

ତେବେ ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେବାସହ ସମାଜରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା । 

Jammu Kashmir JammuKashmir Jammu Tuksan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ