କାବୁଲ ସରକାରକୁ ସାହାଯ୍ୟ କଲେ ତ୍ରାହି ନାହିଁ : ଭାରତକୁ ପ୍ରଶଂସା କରିବା ସହ ଖୋଲା ଚେତାବନୀ ଦେଲା ତାଲିବାନ

ଭାରତକୁ ପ୍ରଶଂସା ଆଉ ଚେତାବନୀ । ଆଫଗାନିସ୍ତାନକୁ ଅକ୍ତିଆର କରୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନିସ୍ତାନରେ ଭାରତ ସାମରିକ ଉପସ୍ଥିତିରୁ ଦୂରେଇ ରହିବା ଉଚିତ । ସେହିପରି ଆଫଗାନିସ୍ତାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ନୂଆଦିଲ୍ଲୀ ବିରୋଧରେ ଆଫଗାନ୍ ମାଟି ବ୍ୟବହାରକୁ ଅନୁମତି ଦି‌ଆଯିବ ନାହଁ ବୋଲି ସଂଗଠନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ।

talibans warning

News Summary

ଭାରତ ବିରୋଧୀ କାର୍ଯ୍ୟ କରିବୁନି- ତାଲିବାନ

ଆମେ କୌଣସି ଦୂତାବାସ ବା କୂଟନୈତିଜ୍ଞଙ୍କୁ ଟାର୍ଗେଟ କରୁ ନାହୁଁ

ଭାରତ ପକ୍ଷରୁ ଆଫଗାନିସ୍ତାନରେ ଉନ୍ନୟନ କାର୍ଯ୍ୟ ପ୍ରଶଂସାଯୋଗ୍ୟ

ଆତଙ୍କୀ ସଂଗଠନ ସହ ଆମକୁ ଯୋଡ଼ିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

କାହାକୁ ଅଫଗାନିସ୍ତାନ ମାଟିକୁ ବ୍ୟବହାର କରିବାକୁ ଦେବୁ ନାହିଁ

ଆଫଗାନିସ୍ତାନ ମାଟି ଭାରତ ବିରୋଧରେ କାର୍ଯ୍ୟ କରିବ ନାହିଁ

ନୂଆଦିଲ୍ଲୀ : ଭାରତକୁ ପ୍ରଶଂସା ଆଉ ଚେତାବନୀ । ଆଫଗାନିସ୍ତାନକୁ ଅକ୍ତିଆର କରୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନିସ୍ତାନରେ ଭାରତ ସାମରିକ ଉପସ୍ଥିତିରୁ ଦୂରେଇ ରହିବା ଉଚିତ । ସେହିପରି ଆଫଗାନିସ୍ତାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ନୂଆଦିଲ୍ଲୀ ବିରୋଧରେ ଆଫଗାନ୍ ମାଟି ବ୍ୟବହାରକୁ ଅନୁମତି ଦି‌ଆଯିବ ନାହଁ ବୋଲି ସଂଗଠନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି । ଆଫଗାନିସ୍ତାନରେ ଥିବା ଦୂତାବାସର କର୍ମଚାରୀମାନଙ୍କର କୌଣସି କ୍ଷତି କରାଯିବ ନାହିଁ ବୋଲି ସେ କହିଛନ୍ତି ।

ହେଲେ କାବୁଲ ସରକାରକୁ କୌଣସି ସାମରିକ ସାହାଯ୍ୟ ନ କରିବାକୁ ଚେତାବନୀ ଦେଇଛି ତାଲିବାନ । ଆଫଗାନିସ୍ତାନରେ ଭାରତ ହସ୍ତକ୍ଷେପ କଲେ କିମ୍ବା ସେଠାରେ ତାଙ୍କର ଉପସ୍ଥିତି ରହିଲେ, ସେମାନଙ୍କ ପାଇଁ ଭଲ ହେବ ନାହିଁ । ଆମେରିକା, ବ୍ରିଟେନ, ଋଷ ସମେତ ଅନେକ ଦେଶ ଆଫଗାନିସ୍ତାନର ସ୍ଥିତି ବିଷୟରେ ସବୁବେଳେ ଆଲୋଚନା କରୁଛନ୍ତି । ଏପରି ସ୍ଥିତିରେ ଆଫଗାନିସ୍ତାନ ବିଷୟରେ ଭାରତ ମୁଣ୍ଡ ନଖେଳାଇବା ଭଲ ବୋଲି କୁହାଯାଇଛି । ସେପଟେ ଭାରତ ନାଗରିକମାନଙ୍କୁ ଯଥାଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି।

ଗତ କିଛି ଦିନ ହେଲା କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ନିଜ କବଜାକୁ ନେଇଛି ତାଲିବାନ୍ । ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦୀ ଅଧିନସ୍ଥ କରି ସାରିଲେଣି । ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ । ଖବର ସରବରାହ ସଂସ୍ଥା AFP ଅନୁସାରେ ପୂର୍ବରୁ ହେରାତ, ଗଜନୀ ସହରକୁ ଦଖଲ କରିନେଇଥିଲା ତାଲିବାନ୍ । ଏବେ ରାଜଧାନୀ କାବୁଲ୍ ଅଭିମୁଖେ ତାଲିବାନ ଅଗ୍ରସର ହୋଇଛି ।

ସେପଟେ ଆଫଗାନିସ୍ତାନରେ ସ୍ଥିତି ନେଇ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ନୂଆଦିଲ୍ଲୀ ଅପିଲ କରିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଉଦ୍ଧାର ପାଇଁ ପେଣ୍ଟାଗନ ପକ୍ଷରୁ ୩ ହଜାର ସୈନ୍ୟ ପଠାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।