ISRO
ନୂଆବର୍ଷରେ ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ପ୍ରଥମ ଥର ପାଇଁ ଦେଶର ଏମିତି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ । ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଯଥା ଆକାଶଗଙ୍ଗା, ରେଡିଏସନ୍, ପଲସର୍ ସମେତ ବ୍ଲାକହୋଲ୍ସ ଆଦିର ଷ୍ଟଡି କରିବ । ତା’ସହ ଏସବୁର ଉତ୍ସ ଗୁଡ଼ିକର ଫଟୋ ଉଠାଇବ ।
ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ । ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହକୁ ୬୫୦ କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।
ଏହି ମିଶନ୍ ୨୦୧୭ରେ ISRO ଦ୍ୱାରା ଆରମ୍ଭ ହୋଇଥିଲା । ମିଶନରେ ନିବେଶ ହୋଇଛି ୯.୫୦ କୋଟି ଟଙ୍କା । ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ ଏକ୍ସପୋସ୍ୟାଟ୍ ସାଟେଲାଇଟ୍ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ନିୟୋଜିତ ହେବ । ଏହି ଉପଗ୍ରହର ଦୁଇଟି ପେଲୋଡସ୍ ଅଛି । ପ୍ରଥମଟି POLIX ଏବଂ ଦ୍ୱିତୀୟଟି XSPECT ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ISRO_1703920270.jpg)