ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO(Indian Space Research Organisation) ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି।ଇସ୍ରୋ ପକ୍ଷରୁ ଏହି କ୍ଷୁଦ୍ର ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଜି ସକାଳେ ‘SSLV-D1-EOS-02’ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଥିଲା।
୭୫ଟି ଗାଁର ୭୫୦ ଜଣ ସ୍କୁଲ୍ ଛାତ୍ରୀ ଏହି କ୍ଷୁଦ୍ର ସାଟେଲାଇଟ୍ର ଡିଜାଇନ୍ କରିଥିଲେ। ପ୍ରଥମଥର ପାଇଁ ଇସ୍ରୋ ପକ୍ଷରୁ କ୍ଷୁଦ୍ର ସାଟେଲାଇଟ୍ (Small Satellite Launch Vehicle-SSLV) ଲଞ୍ଚ୍ କରାଯାଇଛି। ଏହି SSLVର ଲମ୍ବ ୩୪ ମିଟର।