Advertisment

ପୁଣି ଇତିହାସ ରଚିଲା ISRO, ସବୁଠୁ ଓଜନିଆ ରକେଟ୍‌ର ସଫଳ ଉତ୍‌କ୍ଷେପଣ

ଗତକାଲି ମଧ୍ୟରାତ୍ର ୧୨ଟା ୦୭ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍‌ ସ୍ପେସ୍‌ ସେଣ୍ଟରର ସେକେଣ୍ଡ୍‌ ଲଞ୍ଚ୍‌ ପ୍ୟାଡ୍‌ରୁ ୱାନ୍‌ ୱେବ୍‌ ପକ୍ଷରୁ ୩୬ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା।

ଅଦ୍ୟତନ ହୋଇଛି
ISRO Launches LVM3 From Satish Dhawan Space Centre

ISRO Launches LVM3 From Satish Dhawan Space Centre

Advertisment

ପୁଣି ଇତିହାସ ରଚିଲା ଇସ୍ରୋ। ISRO(Indian Space Research Organisation)ର ସବୁଠୁ ଓଜନିଆ ରକେଟ୍‌ Launch Vehicle Mark 3 (LVM3 or GSLV Mark 3)ର ସଫଳ ଉତ୍‌କ୍ଷେପଣ ହୋଇଛି। ଗତକାଲି ମଧ୍ୟରାତ୍ର ୧୨ଟା ୦୭ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍‌ ସ୍ପେସ୍‌ ସେଣ୍ଟରର ସେକେଣ୍ଡ୍‌ ଲଞ୍ଚ୍‌ ପ୍ୟାଡ୍‌ରୁ ୱାନ୍‌ ୱେବ୍‌ ପକ୍ଷରୁ ୩୬ଟି ସାଟେଲାଇଟ୍‌ର ଉତ୍‌କ୍ଷେପଣ କରାଯାଇଥିଲା। 

Advertisment

LVM3 ରକେଟ୍‌ ସହାୟତାରେ ଏହିସବୁ ସାଟେଲାଇଟ୍‌କୁ ପୃଥିବୀର ବେଶ୍‌ ନିକଟତର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି। LVM3ର ଓଜନ ହେଉଛି ୫ ହଜାର ୭୯୬ କିଲୋଗ୍ରାମ।ପ୍ରଥମ ଥର ପାଇଁ LVM3 ଦ୍ୱାରା କୌଣସି ଘରୋଇ ସଂସ୍ଥା ପାଇଁ ଇସ୍ରୋ ସାଟେଲାଇଟ୍ ଲଞ୍ଚ୍ କରିଛି । ଏହାଦ୍ୱାରା କୌଣସି ବି ପ୍ରତିକୂଳ ପରିସ୍ଥିତିରେ ସାଟେଲାଇଟ୍ ଉତ୍‌କ୍ଷେପଣ ଓ ସଫଳତାର ସହ କକ୍ଷପଥରେ ଅବତରଣ କରିବା କ୍ଷମତା ଇସ୍ରୋ ପାଖରେ ଥିବା ପ୍ରମାଣିତ ହୋଇଛି।

Advertisment

ସୂଚନାଥାଉ କି, ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଥିଲା। ଇସ୍ରୋ ପକ୍ଷରୁ ଏହି କ୍ଷୁଦ୍ର ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ‘SSLV-D1-EOS-02’ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା। 

୭୫ଟି ଗାଁର ୭୫୦ ଜଣ ସ୍କୁଲ୍‌ ଛାତ୍ରୀ ଏହି କ୍ଷୁଦ୍ର ସାଟେଲାଇଟ୍‌ର ଡିଜାଇନ୍ କରିଥିଲେ। ପ୍ରଥମଥର ପାଇଁ ଇସ୍ରୋ ପକ୍ଷରୁ କ୍ଷୁଦ୍ର ସାଟେଲାଇଟ୍‌ (Small Satellite Launch Vehicle-SSLV) ଲଞ୍ଚ୍‌ କରାଯାଇଥିଲା। ଏହି SSLVର ଲମ୍ବ ୩୪ ମିଟର। 

Advertisment
ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ