Advertisment

ପୁଣି ଇତିହାସ ରଚିଲା ଇସ୍ରୋ, ମହାକାଶକୁ ପଠାଇଲା ୩୬ ସାଟେଲାଇଟ୍‌

ପୁଣି ଇତିହାସ ରଚିଲା ଇସ୍ରୋ(ISRO)। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଯାଇଛି।

ISRO launches India’s largest LVM3 rocket carrying 36 satellites

ISRO launches India’s largest LVM3 rocket carrying 36 satellites

Advertisment

ପୁଣି ଇତିହାସ ରଚିଲା ଇସ୍ରୋ(ISRO)। ଏକାସଙ୍ଗେ ୩୬ଟି ସାଟେଲାଇଟ୍‌ (Satellites)କୁ ଉତ୍‌କ୍ଷେପଣ କଲା। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଯାଇଛି। ଆନ୍ଧପ୍ରଦେଶର ଶ୍ରୀହରିକୋଟାରୁ LVM-III ରକେଟ୍‌ ଜରିଆରେ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା। LVM-III ରକେଟ୍‌ର ଲମ୍ବ ୪୩.୫ ମିଟର ହୋଇଥିବା ବେଳେ ଓଜନ ୬୪୩ ଟନ୍‌।

Advertisment

ଫେବୃଆରୀରେ SSLV-D2/EOS07 ମିଶନର ସଫଳ ଉତ୍‌କ୍ଷେପଣ ପରେ, ଚଳିତ ବର୍ଷ ଏହା ଇସ୍ରୋର ଦ୍ୱିତୀୟ ସାଟେଲାଇଟ୍‌ ଉତ୍‌କ୍ଷେପଣ।  କେବଳ ଭାରତ ନୁହେଁ ଗ୍ଲୋବାଲ୍‌ କମ୍ୟୁନିକେସନ୍ କ୍ଷେତ୍ରରେ କାମ କରୁଛି ୱାନ୍ ୱେବ୍ ମିଶନ୍। ଏହା ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବେଶ୍ ଫଳପ୍ରଦ ହେବ ବୋଲି ଜଣାପଡ଼ିଛି। 

ISRO ISRO Satellite Launch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ