Advertisment

ରାଜସ୍ଥାନରୁ ଆଇଏସଆଇ ଏଜେଣ୍ଟ ଗିରଫ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର କଥା ହେଉଛି ଯେ, ସେନାର ଜଣେ ନାୟକ କନେଷ୍ଟବଲ ପରମଜୀତ ଏହି ହବିବୁର ରେହମାନଙ୍କୁ ଭାରତୀୟ ସେନାର ତଥ୍ୟ ଦେଉଥିଲେ ବୋଲି ଖୁଲାସା ହୋଇଛି

ରାଜସ୍ଥାନରୁ ଆଇଏସଆଇ ଏଜେଣ୍ଟ ଗିରଫ

Arrest

Advertisment

ଜୟପୁର: ରାଜସ୍ଥାନର ପୋଖରାନରୁ ହବିବୁର ରେହମାନ ନାମକ ଜଣେ ଆଇଏସଆଇ ଏଜେଣ୍ଟଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଭାରତୀୟ ସେନାର ଅନେକ ଗୁପ୍ତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ପାକିସ୍ତାନ ଏବଂ ଆଇଏସଆଇକୁ ପଠାଉଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେପଟେ ଦିଲ୍ଲୀ ପୋଲିସ ଅଫିସିଆଲ ସିକ୍ରେଟ ଆକ୍ଟ ବଳରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରଖିଛି। ହବିବୁର ରେହମାନ ଭଳି ଅନ୍ୟ କିଛି ଏଜେଣ୍ଟ ସକ୍ରିୟ ଅଛନ୍ତି କି ନାହିଁ ସେ ସବୁର ତଥ୍ୟ ଖୋଜୁଛି କ୍ରାଇମ ବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର ପ୍ରବୀର ରଞ୍ଜନ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର କଥା ହେଉଛି ଯେ, ସେନାର ଜଣେ ନାୟକ କନେଷ୍ଟବଲ ପରମଜୀତ ଏହି ହବିବୁର ରେହମାନଙ୍କୁ ଭାରତୀୟ ସେନାର ତଥ୍ୟ ଦେଉଥିଲେ ବୋଲି ଖୁଲାସା ହୋଇଛି। ବର୍ତ୍ତମାନ ପରମଜୀତ ଆଗ୍ରା କଣ୍ଟନମେଣ୍ଟରେ ଅବସ୍ଥାପିତ ଅଛନ୍ତି। ଏହା ପୂର୍ବରୁ ସେ ପୋଖରାନରେ ମୁତୟନ ଥିଲେ ଏବଂ ସେତେବେଳେ ହବିବୁର ଆର୍ମୀର ସପ୍ଲାଏ କଣ୍ଟ୍ରାର ଥିଲା। ସେହି ସମୟରେ ହିଁ ଗୁପ୍ତତଥ୍ୟ ଦେବା ପାଇଁ ପରମଜୀତଙ୍କୁ ପ୍ରଲୋଭନ ଦେଖାଇଥିଲା ହବିବୁର । ଏହାସହ ସ୍ପେଶାଲ ପୋଲିସ କମିଶନର ପ୍ରବୀର ରଞ୍ଜନ କହିଛନ୍ତି ଯେ, ହବିବୁର ପାକିସ୍ତାନ ଯାତ୍ରା କରିଥିଲା। ସେଠାରେ କିଛି ଏଜେନ୍ସିର ହ୍ୟାଣ୍ଡଲର୍ସଙ୍କ ସଂସ୍ପର୍ଶରେ ଆସିଥିଲା। ସେନାର ସିକ୍ରେଟ ଡକ୍ୟୁମେଂଟ ବାବଦକୁ ମୋଟା ଅଙ୍କର ଅର୍ଥ ଦିଆଯିବ ବୋଲି ହବିବୁରକୁ ପ୍ରତିଶ୍ରୁତି ମିଳିଥିଲା। ହାଓ୍ୱାଲା ମାଧ୍ୟମରେ ହବିବୁର ରେହମାନ ନିକଟକୁ ପାକିସ୍ତାନରୁ ଟଙ୍କା ଆସୁଥିବା ଜଣାପଡ଼ିଛି।

Advertisment
India Rajasthan ISI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ