ଆମେରିକାର ଚାଞ୍ଚଲ୍ୟକର ତଥ୍ୟ; ଡ୍ରୋନ୍ ଆଟାକ ପଛରେ ଇରାନ!

ଇରାନରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।

Drone Attack

ଆରବ ସାଗରରେ ଭାରତ ଆସୁଥିବା ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ଘଟଣାରେ ଆମେରିକାର ଚାଞ୍ଚଲ୍ୟକର ତଥ୍ୟ । ଇରାନରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ଅଶୋଧିତ ତୈଳ ବୋଝେଇ କରି ସାଉଦି ଆରବରୁ କର୍ଣ୍ଣାଟକ ମାଙ୍ଗାଳୁରୁକୁ ଆସୁଥିବା ଜାହାଜ ଉପରେ ଗତକାଲି ଡ୍ରୋନ୍ ଆକ୍ରମଣ ହୋଇଥିଲା ।

ଆକାଶମାର୍ଗରୁ ଡ୍ରୋନ୍ ଆକ୍ରମଣରେ ଜାହାଜଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚଳାଚଳରେ ବାଧା ଉପୁଜିଛି । ଜାହାଜରେ ୨୧ ଭାରତୀୟ କ୍ରୁ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ଭାରତୀୟ ନୌସେନା ପହଞ୍ଚି ଜାହାଜକୁ ସୁରକ୍ଷା ଦେଉଛି ।

ସୂଚନା ଅନୁସାରେ ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ । ଆରବ ସାଗରରେ ଘଟିଛି ଏହି ଘଟଣା । ଏଭଳି ଘଟଣା ପରେ ଜାହାଜର ସୁରକ୍ଷା ପାଇଁ ଆଗକୁ ପାଦ ବଢାଇଛି ଭାରତୀୟ ନୌସେନା ।