Advertisment

ପୁଅ IPS କିନ୍ତୁ ବାପା-ମାଆ ରହୁଛନ୍ତି ଝାଟିମାଟି ଚାଳ ଘରେ

ପୁଅ ଆଇପିଏସ୍‌ କିନ୍ତୁ ବାପା-ମାଆ ରହୁଛନ୍ତି ଚାଳଘରେ, ପଚାରିଲେ କୁହନ୍ତି....ମୋର ବଳବୟସ ଥିବା ପର୍ଯ୍ୟନ୍ତ ମୁଁ ଖଟିବି

IPS Officer

IPS Officer

Advertisment

ଆଇପିଏସ୍‌ ଚାକିରି କରିଛି ପୁଅ କିନ୍ତୁ ମାଟି ଘରେ ରହୁଛନ୍ତି ବାପା-ମାଆ। ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛି ପୁଅ କିନ୍ତୁ ପୁରୁଣା କାଳିଆ ଘରେ ରହୁଛନ୍ତି ବାପା। ଏହାଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଯେଉଁ ବାପା-ମାଆ ପୁଅକୁ ଏତେ ଟଙ୍କା ଖର୍ଚ୍ଚ କରି ମଣିଷ କଲେ ସେ ପୁଅ ଆଜି ବାପା-ମାଆଙ୍କୁ କେମିତି ଛାଡ଼ିଦେଲା? ଏ କଣ କଳିଯୁଗର କୁଳାଙ୍ଗାର ପୁଅ କି? ଆଜ୍ଞା ନା...ଏ କଳିଯୁଗର କୁଳାଙ୍ଗାର ପୁଅ ନୁହେଁ।

Advertisment

କାରଣ ସେ ବାପା-ମାଆଙ୍କୁ ପର କରିଦେଇନି ବରଂ ବାପା-ମାଆ ନିଜ ଇଚ୍ଛାରେ ଏପରି ଘରେ ରହୁଛନ୍ତି। ଆଉ ସେମାନେ କୁହନ୍ତି ଆମେ ବହୁ ପରିଶ୍ରମ କରି ପୁଅକୁ ଆଇପିଏସ୍‌ କରିଛୁ। ସେ ଏବେ ଭଲ ଦରମା ପାଉଛି। କିନ୍ତୁ ଆମେ ପୂର୍ବରୁ ଯେମିତି ଚଳୁଥିଲୁ ବର୍ତ୍ତମାନ ବି ସେମିତି ଚଳିବୁ। ପୁଅ ଆଇପିଏସ୍‌ ହୋଇଗଲା ବୋଲି ଆମେ କାହିଁକି ବଦଳିଯିବୁ ବୋଲି ବାପା-ମାଆ କହିଛନ୍ତି। ତେବେ ଏମିତି ଚର୍ଚ୍ଚିତ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କର୍ଣ୍ଣାଟକ ବେଲଗଭି ଜିଲ୍ଲାର ଜଗଦୀଶ ଆଦାହଲ୍ଲି ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଆନ୍ଧ୍ରରେ ଚାକିରି କରିଛନ୍ତି। ଉଚ୍ଚ ବେତନ ବି ପାଉଛନ୍ତି। କିନ୍ତୁ ତାଙ୍କ ବାପା ଗାଁରେ ଥିବା କଚ୍ଚା ଘରେ ରହୁଛନ୍ତି। ପୁଅକୁ ଆଇପିଏସ୍‌ କରିବା ପୂର୍ବରୁ ସେ ଯେଉଁ ସଂଘର୍ଷ କରିଛନ୍ତି ତାହାକୁ ସେ ଏବେ ବି ଭୁଲିନାହାନ୍ତି କି ଭୁଲିବା ପାଇଁ ଇଚ୍ଛା ମଧ୍ୟ କରୁନାହାନ୍ତି। ବୟସ ପାଖାପାଖି ୬୦ ଡେଇଁଲାଣି। ଆଉ ଏ ବୟସରେ ସେ ବିଲରେ ହଳ କରୁଛନ୍ତି, ବେଙ୍ଗଳା ପକାଉଛନ୍ତି ପୁଣି ଟ୍ରାକ୍ଟର ବି ଚଳାଉଛନ୍ତି। ଆଉ କହିଛନ୍ତି ମୋର ବଳ ଥିବା ପର୍ଯ୍ୟନ୍ତ ମୁଁ କାମ କରିବି ଓ ସେହି ଟଙ୍କାରେ ପରିବାର ଚଳାଇବି।

Advertisment

ପୁଅ ଆଇପିଏସ୍‌ ସତ, କିନ୍ତୁ ତା ଉପରେ ମୁଁ କାହିଁକି ନିର୍ଭର ହେବି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଅନୁସାରେ, ଜଗଦୀଶଙ୍କ ବାପା ଚିନି କମ୍ପାନିରେ ଡ୍ରାଇଭର ଭାବରେ କାମ କରୁଥିଲେ। ଆଉ ସେହି ସମୟରେ ଆଇପିଏସ୍‌ କଥା ଶୁଣି ପୁଅକୁ କହିଥିଲେ। ପରେ ବାପାଙ୍କ କଥା ଶୁଣି ପାଠ ପଢିବା ସହ ଆଜି ଆଇପିଏସ୍‌ ପାଇଛନ୍ତି। ସେ ଯାହାବି ହେଉ ଗୋଟିଏ ପଟେ ପୁଅ ଆଇପିଏସ୍‌ ହୋଇ ଦେଶର ସୁରକ୍ଷା କରୁଛି ଅନ୍ୟପଟେ ବାପା ପୂରା ଦେଶକୁ ଖାଦ୍ୟ ଯୋଗାଉଛନ୍ତି। ସତରେ ଏପରି ବାପା-ମାଆଙ୍କୁ ଶହେ ସଲାମ୍।

IPS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ