Advertisment

ମାସିକ ନିବେଶ କରନ୍ତୁ ମାତ୍ର ହଜାରେ ଟଙ୍କା, ପାଇବେ ୨ କୋଟିରୁ ଅଧିକ ଟଙ୍କା

ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...

ଅଦ୍ୟତନ ହୋଇଛି
SIP

SIP

Advertisment

ନୂଆ ବର୍ଷରେ କରନ୍ତୁ ନୂଆ ପ୍ଲାନ୍। ମାତ୍ର ହଜାରେ ଦିଅନ୍ତୁ ପାଇବେ ୨ କୋଟି ଟଙ୍କା। ଏକଥା ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ନିରାଟ ସତ। ମାସିକ ମାତ୍ର ଏତିକି ଟଙ୍କା ନିବେଶ କଲେ ଆପଣ କୋଟି କୋଟି ଟଙ୍କା ପାଇବାର ସୁଯୋଗ ରହିଛି। କେମିତି ମିଳିବ ଏତେ ଟଙ୍କା। କିଭଳି ମାତ୍ର ହଜାରେ ଟଙ୍କା ଜମା କରି କୋଟିପତି ହେବେ ଏବେ ଜାଣନ୍ତୁ।

Advertisment

ଅନେକ କୁହନ୍ତି, ୧୦୦୦ ଟଙ୍କା ନିବେଶ କରିବା ସମ୍ଭବ ନୁହେଁ। ନିବେଶ ପାଇଁ ଦରକାର ମୋଟା ଅଙ୍କର ଟଙ୍କା। ଏହିପରି ଚାହିଁଲେ, କେବେ ଆପଣ ମୋଟା ଅଙ୍କର ଟଙ୍କା ଏକତ୍ର କରିପାରିବେ ନାହିଁ କିମ୍ବା ନିବେଶ ମଧ୍ୟ କରିପାରନ୍ତି ନାହିଁ। ଏଥି ପାଇଁ କେବଳ ଦରକାର ଇଛାଶକ୍ତି।

ଯଦି ଆପଣ ଏମିତି ଚିନ୍ତା କରି ନିବେଶ କରୁ ନାହାନ୍ତି ତାହେଲେ ଆଉ ଡ଼େରି କରନ୍ତୁ ନାହିଁ। ଏଇ ନୂଆ ବର୍ଷ ଆରମ୍ଭରୁ ଏପରି କରନ୍ତୁ। ଦେଖିବେ ଅଳ୍ପ ପଇସା ଜମା କରି ଆପଣ ଦିନେ ବଡ଼ ଲକ୍ଷ୍ୟକୁ ହାସଲ କରି ପାରିବାକୁ ସମର୍ଥ ହେବେ। ଏଥି ପାଇଁ ଆପଣ ମ୍ୟୁଚୁଆଲ ଫଣ୍ଡରେ କେବଳ ୧୦୦୦ ଟଙ୍କା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ ବା ଏସଆଇପି ଜମା କରି କୋଟିପତି ହୋଇ ପାରିବେ। ତେଣୁ ୨୦୨୨ ମସିହାରେ ଆପଣ ମାତ୍ର ହଜାରେ ଟଙ୍କା ଦେଇ ଆରମ୍ଭ କରନ୍ତୁ ଏପରି ପ୍ଲାନ।

Advertisment

ବ୍ୟାଙ୍କରେ ଆପଣ ଟଙ୍କା ରଖିଲେ ଆଉ ଭଲ ଲାଭ ମିଳୁନାହିଁ। ଏଥି ପାଇଁ ଆପଣଙ୍କୁ ମାସିକ ୧୦୦୦ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଜମା କରିବାକୁ ପଡ଼ିବ। ଗତ ୧୦ ବର୍ଷ ମଧ୍ୟରେ ଜମା ଆଧାରରେ ମ୍ୟୁଚୁଆଲ ଫଣ୍ଡ ଭଲ ରିଟର୍ଣ୍ଣ ଦେଇଛି। କିଛି ଫଣ୍ଡ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଉଛନ୍ତି। ଯଦି ଆପଣ ପ୍ରତି ମାସରେ ହଜାରେ ଟଙ୍କା ଜମା କରୁଛନ୍ତି ଏବଂ ବାର୍ଷିକ ସର୍ବନିମ୍ନ ୧୨ ପ୍ରତିଶତ ରିଟର୍ଣ୍ଣ ମିଳୁଛି। ତେବେ ୨୦ ବର୍ଷ ପରେ ଆପଣଙ୍କୁ ୯ ଲକ୍ଷ ୯୯ ହଜାର ୧ ଶହ ୪୮ ଟଙ୍କା ବା ୧୦ ଲକ୍ଷ ଟଙ୍କା ପାଖାପାଖି ମିଳିବ। ୨୦ ବର୍ଷରେ ଆପଣଙ୍କୁ ପୁରା ୨ ଲକ୍ଷ ୪୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଏହି ନିବେଶ ଉପରେ ୧୫ ପ୍ରତିଶତ ରିଟର୍ଣ୍ଣ ମିଳେ, ତାହେଲେ ଆପଣ ୧୫ ଲକ୍ଷରୁ ଅଧିକ ଟଙ୍କା ପାଇବେ। ସେହିଭଳି ୨୦ ପ୍ରତିଶତ ରିଟର୍ଣ୍ଣ ହିସାବରେ ଦେଖିଲେ ହଜାରେ ଟଙ୍କା ନିବେଶରେ ୨୦ ବର୍ଷ ପରେ ୩୧ ଲକ୍ଷ ୬୧ ହଜାର ୪ ଶହ ୭୯ ଟଙ୍କା ଜମା ହେବ।

ଜଣେ ଯୁବାବସ୍ଥାରେ ନିବେଶ କରିବାକୁ ଚାହିଁଲେ, ଅତି ସହଜରେ ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ଏପରି ମାସକୁ ୧୦୦୦ ଟଙ୍କା ଏସଆଇପିରେ ୩୦ ବର୍ଷ ପରେ ୧୨ ପ୍ରତିଶତ ରିଟର୍ଣ୍ଣ ହିସାବ କଲେ ୩୫ ଲକ୍ଷ ୨୯ ହଜାର ୯ ଶହ ୧୪ ଟଙ୍କା ମିଳିବ। ଯଦି ୧୫ ପ୍ରତିଶତ ହିସାବରେ ରିଟର୍ଣ୍ଣ ମିଳିଲା, ତାହେଲେ ୭୦ ଲକ୍ଷ ଟଙ୍କା ମିଳିବ। ଯଦି ସେହି ୧୦୦୦ ଟଙ୍କା ନିବେଶରେ ୨୦ ପ୍ରତିଶତ ରିଟର୍ଣ୍ଣ ମିଳେ, ତାହେଲେ ୩୦ ବର୍ଷ ପରେ ୨ କୋଟି ୩୩ ଲକ୍ଷ ୬୦ ହଜାର ୮ ଶହ ୨ ଟଙ୍କା ମିଳିବ। ଏହି ୩୦ ବର୍ଷରେ ନିବେଶକଙ୍କୁ କେବଳ ୩ ଲକ୍ଷ ୬୦ ହଜାର ଟଙ୍କା ଜମା କରିବାକୁ ହେବ।

Advertisment

ମ୍ୟୁଚୁଆଲ ଫଣ୍ଡରେ ନିବେଶକଙ୍କୁ ଚକ୍ରବୃଦ୍ଧି ସୁଧ ମିଳିଥାଏ। ଏହା ସହ ପ୍ରତ୍ୟେକ ମାସ ନିବେଶ କରିବାର ସୁବିଧା ମିଳିଥାଏ। ଏସଆଇପି ଜରିଆରେ ଆପଣ ମାସକୁ ଅତି କମରେ ୫୦୦ ଟଙ୍କା ମଧ୍ୟ ଜମା କରି ପାରିବେ। ଏମିତିକି ଅନେକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି କ୍ଷତି ମଧ୍ୟ ସହିଛନ୍ତି। ତେବେ ନିବେଶ କରିବା ପୂର୍ବରୁ ଆପଣ ଅର୍ଥ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଲେ ସଠିକ୍ ତଥ୍ୟ ପାଇପାରିବେ।

ଆଜିର ଦିନରେ ଟଙ୍କା ପ୍ରାୟ ସମସ୍ତେ ରୋଜଗାର କରୁଛନ୍ତି। ସେହି ରୋଜଗାରରୁ ଭବିଷ୍ୟତ ପାଇଁ ଆପଣ ହଜାରେ ଟଙ୍କା ସଞ୍ଚୟ କରିବା ଜରୁରୀ। ଏମିତି ହଜାରେ ହଜାରେ ଟଙ୍କା ନିବେଶ କରି ବସିଲେ, ଦିନେ ନା ଦିନେ ଆପଣ କୋଟିପତି ହେବାକୁ ସକ୍ଷମ ହୋଇପାରିବେ।

SIP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ