Advertisment

ମୋବାଇଲ୍ ଛୁଇଁଲେ ଉଡିଯାଉଛି ଡାଟା; ଚିନ୍ତାରେ ପରିବାର

ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ ସମସ୍ତ ତଥ୍ୟ ଉଡ଼ିଯାଉଛି। ଏହି ବାଳକର ନାମ ଅସ୍ତିତ୍ୱ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଅବସ୍ଥିତ ଜଟାରୀ ଗାଁର ବାସିନ୍ଦା। ବର୍ତ୍ତମାନ ଏହି ଛାତ୍ର ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Astitwa

Astitwa

Advertisment

ପାଲଭାଲ୍ : ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ ସମସ୍ତ ତଥ୍ୟ ଉଡ଼ିଯାଉଛି। ଏହି ବାଳକର ନାମ ଅସ୍ତିତ୍ୱ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଅବସ୍ଥିତ ଜଟାରୀ ଗାଁର ବାସିନ୍ଦା। ବର୍ତ୍ତମାନ ଏହି ଛାତ୍ର ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ଅସ୍ତିତ୍ୱଙ୍କ ପିତା ଗୌରବ ଅଗ୍ରୱାଲ କହିଛନ୍ତି ଯେ ମେ ମାସରୁ ହଠାତ୍ ତାଙ୍କ ମୋବାଇଲ୍ ଫୋନ୍‌ରୁ ଆପେ ଆପେ ଡାଟା ଉଡ଼ିବା ଆରମ୍ଭ ହୋଇଥିଲା। ଏଭଳି ଘଟଣା ପରେ ସେ ନିଜ ଫୋନ ନେଇ ସର୍ଭିସ୍ ସେଣ୍ଟରକୁ ଯାଇଥିଲେ। ତାଙ୍କ ଫୋନରୁ ଡାଟା କିପରି ଉଡିଲା ତାହା ଜାଣିବା ନେଇ ପଚାରିଥିଲେ। କିନ୍ତୁ ସର୍ଭିସ୍ ସେଣ୍ଟରକୁ ଏହାର କୌଣସି କାରଣ ଦେଇପାରି ନ ଥିଲା। ଗୌରବ ଅଗ୍ରୱାଲ କହିଛନ୍ତି ଯେ ଯେଉଁ ଫୋନ ବି ଅସ୍ତିତ୍ୱ ହାତକୁ ଯାଉଛି ସେଥିରୁ ଡାଟା ଡିଲିଟ୍ ହୋଇଯାଉଛି।

Advertisment

ଗୌରବ ଅଗ୍ରୱାଲ କହିଛନ୍ତି ଯେ ରକ୍ଷାବନ୍ଦନ ଦିନ ତାଙ୍କ ପତ୍ନୀ ପିଲାମାନଙ୍କ ସହିତ ବାହାରକୁ ଯାଇଥିଲେ। ଫଳରେ ତାଙ୍କ ମୋବାଇଲ୍ ଫୋନରୁ ଡାଟା ଉଡି ନ ଥିଲା। କିନ୍ତୁ ଅନ୍ୟ ସମସ୍ତଙ୍କ ମୋବାଇଲ୍ ଡାଟା ଉଡିଯାଇଗଲା। ଏହା ପରେ ଗୌରବ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅର ଶରୀରର ସଂପର୍କରେ ମୋବାଇଲ୍ ଆସିବା ଯୋଗୁଁ ଆପେ ଆପେ ଡାଟା ଉଡ଼ିଯାଉଛି।

ଗୌରବ କହିଛନ୍ତି ଯେ ଏହା ଜାଣିବା ପରେ ତାଙ୍କ ଘରେ ମୋବାଇଲ୍ ରଖିବା ତାଙ୍କ ପାଇଁ ସମସ୍ୟା ହୋଇପଡିଛି। ଏହା ସହିତ ସେ ତାଙ୍କ ପୁଅର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ସେ କହିଛନ୍ତି ଯେ ପୁଅର ଏହି ସମସ୍ୟା ତା’ ଭବିଷ୍ୟତ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଅ ଘରୁ ବାହାରିବା ମଧ୍ୟ ତାଙ୍କ ପାଇଁ କଷ୍ଟସାଧ୍ୟ ହେବ ଏବଂ ସାଧାରଣ ଲୋକମାନେ ମଧ୍ୟ ତାଙ୍କ ପାଖରେ ବସିବାକୁ ଦ୍ୱିଧା କରିବେ। ଏହି ଚିନ୍ତାରେ ଅଛନ୍ତି ଗୌରବ।

Advertisment

ଅନ୍ୟପକ୍ଷରେ, ଅସ୍ତିତ୍ୱ କହିଛନ୍ତି ଯେ ସେ ତାଙ୍କ ଶରୀରରେ କୌଣସି ପରିବର୍ତ୍ତନ ଅନୁଭବ କରୁ ନାହାଁନ୍ତି। ମୋବାଇଲ୍ ଫୋନ ସଂସ୍ପର୍ଶରେ ଆସିବାରୁ ଏଭଳି ହେଉଥିବାରୁ କରୋନା ବେଳେ ହେଉଥିବା ଅନ୍‌ଲାଇନ୍ କ୍ଲାସ ମଧ୍ୟ ସେ କରିପାରି ନ ଥିଲେ। ପରିବାର ସଦସ୍ୟଙ୍କ କହିବାନୁସାରେ, ସେମାନେ ଅସ୍ତିତ୍ୱର ଏଭଳି ସମସ୍ୟା ନେଇ ଡାକ୍ତର ପରାମର୍ଶ କରିଥିଲେ ମଧ୍ୟ ଏହାର କୌଣସି କାରଣ କି ନିରାକରଣ ମିଳିପାରିନି।

Uttar Pradesh Aligarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ