Advertisment

କାହିଁକି ପାଳନ କରାଯାଏ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ? କେବେଠୁ ଆରମ୍ଭ ହେଲା ଏହି ଧାରା..

୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।

ଅଦ୍ୟତନ ହୋଇଛି
International  Disability Day

International Disability Day

Advertisment

ପ୍ରତିବର୍ଷ ଡିସେମ୍ବର ୩କୁ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା, ସେମାନଙ୍କ ମୌଳିକ ଅଧିକାର ପାଇଁ ସଚେତନ କରିବା । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି । ୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।

Advertisment

ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆହୁରି ମଧ୍ୟ ଜନ୍ମଗତ ହେଉ କିମ୍ବା ଦୁର୍ଘଟଣା ଜନିତ ହେଉ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଦିବ୍ୟାଙ୍ଗଙ୍କ ସୁରକ୍ଷା ପାଇଁ ସରକାର ଅନେକ ଗୁଡିଏ ଆଇନ ପ୍ରଣୟନ କରିଛନ୍ତି, ଯାହା ‘ଦ ରାଇଟ୍ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲିଟି ବିଲ୍’ ନାମରେ ନାମିତ ।

ଉଲ୍ଲେଖଯୋଗ୍ୟ ୨୦୦୧ ମସିହା ଜନଗଣନା ଅନୁଯାୟୀ ଆମ ଦେଶରେ ଭିନ୍ନକ୍ଷମଙ୍କ ସଂଖ୍ୟା ଥିଲା ୨.୧କୋଟି । ସେମାନଙ୍କ ମଧ୍ୟରୁ ୧.୨୬ କୋଟି ପୁରୁଷ ରହିଥିବା ବେଳେ ୯୩ ଲକ୍ଷ ମହିଳା ଥିଲେ । ୨୦୧୧ ସର୍ବେକ୍ଷଣ ଅନୁସାରେ ସେମାନଙ୍କ ସଂଖ୍ୟା ୨.୬୮ କୋଟି ରହିଥିଲା ।

Advertisment

ଦିବ୍ୟାଙ୍ଗମାନଙ୍କର ଗଣନା ଓ ସେମାନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁନିକ୍‌ ଡିଜାବିଲିଟି ପରିଚୟ ପତ୍ର(ୟୁଡିଆଇଡି) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା, ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ପଞ୍ଜିକରଣ କରି ୟୁଡିଆଇଡି ପ୍ରଦାନ କରାଯିବ। ଉକ୍ତ ପରିଚୟ ପତ୍ର ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ଏହି ଯୋଜନା ଲାଗୁ ହେବାକୁ ଇତିମଧ୍ୟରେ ପ୍ରାୟ ୫ ବର୍ଷ ବିତିଲାଣି, କିନ୍ତୁ ଏହି ଲକ୍ଷ ପୁରଣ ହୋଇପାରି ନାହିଁ ।

ଦିବ୍ୟାଙ୍ଗଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା, ପ୍ରି ଓ ପୋଷ୍ଟ୍‌ ମାଟ୍ରିକ୍‌ ସ୍କଲାର୍‌ସିପ୍‌, ମାଗଣା ଲାପ୍‌ଟପ୍‌ ଓ ଭଏସ୍‌ ରେକର୍ଡର୍‌ ଯୋଗାଣ, ଦିବ୍ୟାଙ୍ଗମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା, ଗମନାଗମନରେ ସ୍ୱତନ୍ତ୍ର ରିହାତି, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ(ବିବିଏସ୍‌ଏ), ଭୀମ ଭୋଇ ସାମର୍ଥ୍ୟ ଶିବିର, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ ପ୍ରତିଷ୍ଠା, ଛାତ୍ରଛାତ୍ରୀମାନଙ୍କୁ ସ୍କଲାର୍‌ସିପ୍‌, ବନୀଶ୍ରୀ ଯୋଜନା, ଟ୍ୟୁସନ ଫି’ ଛାଡ଼, ସ୍ୱାବଲମ୍ବୀ କରିବାକୁ ମିଶନ୍‌ ‘କ୍ଷମତା’, ଭିନ୍ନକ୍ଷମ ମହିଳାଙ୍କ ହଷ୍ଟେଲ ନିର୍ମାଣ ଆଦି ଅନ୍ୟତମ । ଅନେକ ହିତାଧିକାରୀ ପଞ୍ଜିକୃତ ହୋଇନଥିବା ତଥା ପରିଚୟ ପତ୍ର ପାଇନଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୁଏ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ