Advertisment

ବଢ଼ିଲା ଚିନ୍ତା: ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା

କୋଲକାତାରେ ଲଜ୍ଜା । ଓଡ଼ିଶାରେ ଇଫେକ୍ଟ । ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା  । IMAର ଆହ୍ବାନ କ୍ରମେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇବେ ସବୁ ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ। ବନ୍ଦ ରହିବ ଓପିଡି ସହ ଓଟି ଓ ଲ୍ୟାବ୍ ସେବା ।

ଅଦ୍ୟତନ ହୋଇଛି
Kolkata Doctor

Kolkata Doctor

Advertisment

କୋଲକାତାରେ ଟ୍ରେନି ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ ବ୍ୟାପିବାରେ ଲାଗିଛି। ଓଡ଼ିଶାରେ ବି ପଡ଼ିଲାଣି ଏହାର ଜବରଦସ୍ତ ପ୍ରଭାବ। ସବୁ ମେଡିକାଲ କଲେଜ ମାନଙ୍କରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ରୋଗୀ ସେବା ବିଗିଡ଼ିଲାଣି। ତେଣେ IMAର ଆହ୍ବାନ କ୍ରମେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟକୁ ସବୁ ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଓହ୍ଲାଉଥିବାରୁ ଆହୁରି ବଢ଼ିଛି ଚିନ୍ତା।

Advertisment

କୋଲକାତାରେ ଲଜ୍ଜା । ଓଡ଼ିଶାରେ ଇଫେକ୍ଟ । ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା  । IMAର ଆହ୍ବାନ କ୍ରମେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇବେ ସବୁ ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ। ବନ୍ଦ ରହିବ ଓପିଡି ସହ ଓଟି ଓ ଲ୍ୟାବ୍ ସେବା । କୋଲକାତାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତର ଆନ୍ଦୋଳନ ତେଜୁଥିବାବେଳେ ଓଡ଼ିଶାରେ ବି ବଢୁଛି ସମର୍ଥନ ପ୍ରତିବାଦ। ଇଏ ଆଜିର ଚିତ୍ର- ଭୁବନେଶ୍ବର AIIMS, କଟକର ଏସସିବି, ବୁର୍ଲାର ଭିମସାର ଓ ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ। ସବୁଠି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ଆନ୍ଦୋଳନ। ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ଚିକିତ୍ସା ସେବା ବନ୍ଦ। କୋଲକାତା ପୀଡିତାଙ୍କୁ ନ୍ୟାୟ ସହ ଡାକ୍ତରଙ୍କ ସୁରକ୍ଷା ଲାଗି ତୁରନ୍ତ ଆଇନ ପ୍ରଣୟନ ଦାବିରେ ଅଡ଼ି ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ଶୁଣିନାହାନ୍ତି, ସେ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନି ବି ଶୁଣାଇଛନ୍ତି। 

ଏଣେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଧିରେ ଧିରେ ବିଗିଡ଼ିବାରେ ଲାଗିଛି ରୋଗୀସେବା। ଭୁବନେଶ୍ବର ଏମ୍ସ ଓପିଡିରେ ଦୈନିକ ୪ ହଜାରରୁ ୫ ହଜାର ରୋଗୀଙ୍କୁ ଚିକିତ୍ସା ସେବା ମିଳୁଥିବା ବେଳେ ଆଜି ତାହା ହଜାରେକୁ ଖସି ଆସିଛି। ସେପହିପରି ଏସସିବିରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବି ଦହଗଞ୍ଜ ହେଲେଣି। ରାଜ୍ୟର ସବୁ ମେଡିକାଲରେ ସ୍ଥିତି ଉଣା-ଅଧିକେ ସମାନ। ଅନ୍ୟପଟେ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି, ଡାକ୍ତର ଧର୍ମଘଟକୁ ଦୃଷ୍ଟିରେ ରଖି ଓପିଡି ସେବାକୁ ସଙ୍କୁଚିତ କରାଯାଇଛି । ଫାକଲ୍ଟି ଓ ବରିଷ୍ଠ ଡାକ୍ତରଙ୍କ ସହାୟତାରେ ଓପିଡି ସମେତ ଅନ୍ୟ ଆଇପିଡି ଓ ଜରୁରୀ ସେବା ଜାରି ରହିଛି। ତେଣେ ଏସସିବି ଅଧୀକ୍ଷକ କହିଲେଣି ରୋଗୀ ସେବା ପ୍ରଭାବିତ ନ ହେବା ଲାଗି ସବୁ ସିନିୟର ଡାକ୍ତର ଓ ଫାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି। କେବଳ ଅତି ଗୁରୁତର ରୋଗୀ ବଡ଼ 
ମେଡିକାଲ ଆସନ୍ତୁ।

Advertisment

ଆସନ୍ତାକାଲି ସକାଳ ୬ଟାରୁ ଦେଶବ୍ୟାପୀ ୨୪ ଘଣ୍ଟିଆ ଡାକ୍ତର ଧର୍ମଘଟ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। କେବଳ ଏମର୍ଜେନ୍ସି ସେବାକୁ ଛାଡ଼ି- ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ସଂଘ ଆହ୍ବାନ ଦେଇଛି। ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିବା ଆଶଙ୍କାକୁ ଦେଖି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି, ଏବେ ଏସମା ଲାଗୁ ନେଇ ନିଷ୍ପତ୍ତି ହୋଇନି। ତେବେ ଏ ଆନ୍ଦୋଳନରେ କୌଣସି ସରକାରୀ ଡାକ୍ତର ସାମିଲ ହେବେନି। ଏବେ ଦେଖିବାର କଥା ରାଜ୍ୟରେ ରୋଗୀସେବା କ୍ଷେତ୍ରରେ ଡାକ୍ତର ଆନ୍ଦୋଳନର ପ୍ରଭାବ କେତେ ପଡୁଛି।

Doctors Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ