Advertisment

ବାପାଙ୍କ ଉପର ପୋଷ୍ଟରେ ନିଯୁକ୍ତି ହେଲେ ଝିଅ, ସମସ୍ତଙ୍କ ଆଗରେ ଝିଅକୁ ସାଲ୍ୟୁଟ୍‌ ମାରିଲେ ବାପା

କାରଣ ଯେଉଁଠାରେ ବାପା ଇନ୍ସପେକ୍ଟର ଅଛନ୍ତି ସେହିଠାରେ ହିଁ ଝିଅ ଆସିଷ୍ଟାଣ୍ଡ କମାଣ୍ଡର ଭାବରେ ନିଯୁକ୍ତି ପାଇଛନ୍ତି ଝିଅ ଦୀକ୍ଷା। ଆଉ ବୋଧହୁଏ ଏହି ଖୁସି ବାପାଙ୍କଠାରୁ ଆଉ କିଛି ହୋଇ ନପାରେ। ନିଜ ଝିଅକୁ ଏହି ପୋଷ୍ଟରେ ଦେଖିବା ପରେ ଖୁସି ହୋଇ ବାପା ସାଲ୍ୟୁଟ୍‌ ମାରିଛନ୍ତି,ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝିଅ ହୋଇଥିଲେ ବି ନିଜ ଉପର ପୋଷ୍ଟରେ ରହିଥିବାରୁ ତାଙ୍କୁ ସାଲ୍ୟୁଟ୍‌ ମାରିଛନ୍ତି ବାପା।

ବାପାଙ୍କ ଉପର ପୋଷ୍ଟରେ ନିଯୁକ୍ତି ହେଲେ ଝିଅ, ସମସ୍ତଙ୍କ ଆଗରେ ଝିଅକୁ ସାଲ୍ୟୁଟ୍‌ ମାରିଲେ ବାପା

Inspeactor

Advertisment

ନୂଆଦିଲ୍ଲୀ: ସବୁ ବାପାଙ୍କର ସ୍ୱପ୍ନ ଥାଏ କି, ତାଙ୍କ ପିଲାମାନେ ତାଙ୍କଠାରୁ ଆଗକୁ ଯାଆନ୍ତୁ। ବହୁତ ଭଲ କାମ କରନ୍ତୁ ଏବଂ ନା କମାନ୍ତୁ। ଆଉ ପ୍ରତ୍ୟେକ ପିଲାଙ୍କ ସଫଳତା ପଛରେ କେବଳ ବାପା ଓ ମାଆଙ୍କର ହିଁ ହାତ ଥାଏ। ଆଉ ପିଲାମାନେ ସଫଳତା ପାଇଲେ ବାପା ଓ ମା’ ଗର୍ବିତ ହୁଅନ୍ତି। ହେବା ମଧ୍ୟ ସ୍ୱାଭାବିକ କଥା। ଯେତେବେଳେ ପିଲମାନେ ସଫଳତାର ଶୀର୍ଷରେ ପହଞ୍ଚିଥାଆନ୍ତି ସେହି ସମୟରେ ଅବିଭାବକମାନଙ୍କ ଛାତି କୁଣ୍ଢେମୋଟ୍ ହୋଇଯାଏ। ଆଉ ଠିକ୍‌ ଏମିତି ଏକ ଘଟଣା ଘଟିଛି ITBP ପାସିଂ ଆଉଟ ପରେଡରେ।

Advertisment

କାରଣ ଯେଉଁଠାରେ ବାପା ଇନ୍ସପେକ୍ଟର ଅଛନ୍ତି ସେହିଠାରେ ହିଁ ଝିଅ ଆସିଷ୍ଟାଣ୍ଡ କମାଣ୍ଡର ଭାବରେ ନିଯୁକ୍ତି ପାଇଛନ୍ତି ଝିଅ ଦୀକ୍ଷା। ଆଉ ବୋଧହୁଏ ଏହି ଖୁସି ବାପାଙ୍କଠାରୁ ଆଉ କିଛି ହୋଇ ନପାରେ। ନିଜ ଝିଅକୁ ଏହି ପୋଷ୍ଟରେ ଦେଖିବା ପରେ ଖୁସି ହୋଇ ବାପା ସାଲ୍ୟୁଟ୍‌ ମାରିଛନ୍ତି,ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝିଅ ହୋଇଥିଲେ ବି ନିଜ ଉପର ପୋଷ୍ଟରେ ରହିଥିବାରୁ ତାଙ୍କୁ ସାଲ୍ୟୁଟ୍‌ ମାରିଛନ୍ତି ବାପା।

Advertisment

ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବା ପରେ ଅନେକ କଂମେଟ୍‌ ଆସିଛି। ଅନେକ କହିଛନ୍ତି କି ଏହାଠାରୁ ବୋଧହୁଏ ଆଉ କିଛି ଗର୍ବର ବିଷୟ ତାଙ୍କ ବାପାଙ୍କ ଲାଗି ହୋଇନପାରେ। ଫଟୋକୁ ସମସ୍ତେ ତାରିଫ୍‌ କରିବା ସହ ସାଲ୍ୟୁଟ୍‌ ମଧ୍ୟ କରିଛନ୍ତି। ତେବେ ଇନ୍ସପେକ୍ଟରଙ୍କ ନାମ କମଲେଶ ବୋଲି ସୂଚନା ମିଳିଛି। କମଲେଶ ବର୍ତ୍ତମାନ ସମୟରେ ITBPର ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି ଆଉ ଝିଅ ସେହିଠାରେ ହିଁ କମାଣ୍ଡାଣ୍ଟ ପଦବୀ ପାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କମଲେଶ ଦୀକ୍ଷାଙ୍କୁ ନେଇ ପିଲା ବେଳୁ ହିଁ ସ୍ୱପ୍ନ ଦେଖିଥିଲେ। କେମିତି ସେ ବଡ଼ ମଣିଷ ହେବ ଓ ବଡ଼ ଚାକିରି କରିବ। ଆଉ ବାପାଙ୍କର ସ୍ୱପ୍ନକୁ ସାକାର କରିଦେଖାଇଛନ୍ତି ଦୀକ୍ଷା। ମୋଟ୍‌ ଉପରେ ଦୀକ୍ଷାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏବେ ଜୋରଦାର ଚର୍ଚ୍ଚା ହେଉଛି।

India Viral Photo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ