ହୋଟେଲରେ ଗର୍ଲଫ୍ରେଣ୍ଡ୍ ସହ ଇନ୍ସପେକ୍ଟର : ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ , ତା’ପରେ

ହୋଟେଲକୁ ନୂଆ ନୂଆ ଯୁବତୀଙ୍କୁ ଆଣି ଶାରୀରିକ ସଂପର୍କ ରଖୁଥିଲା ରଙ୍ଗିଲା ପୋଲିସ ଅଫିସର । ଦିନେ ଅଚାନକ ହୋଟେଲ ରୁମର କବାଟ ଖୋଲି ପଶିଆସିଲେ ସ୍ତ୍ରୀ। ଅସଂଜତ ଅବସ୍ଥାରେ ଥିବା ସ୍ୱାମୀକୁ ଧରିପକାଇଲେ ସ୍ତ୍ରୀ। ପଦାକୁ ଆସିଗଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି ।

ପୋଲିସ୍ ବାବୁ ଏବେ ପୋଲିସ୍ ରାଡାରରେ ,.

News Summary

ହଠାତ୍ ଇସ୍କବିସ୍କ ପ୍ୟାରବ୍ୟାରରେ ହେଲା ଗୋଇଠା, ଚପଲ ବର୍ଷା

କାନପୁର : ସ୍ତ୍ରୀଙ୍କ ଆଗରେ ଧରାପଡ଼ିଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି । ହୋଟେଲରେ ଚାଲିଥିଲା ରୋମାନ୍ସ । ଆଉ ହଠାତ୍ ଚୋର ଘରେ ରେଡ୍ ମାରିଲା ପରି ପଶିଗଲେ ଧର୍ମପତ୍ନୀ । ଆଉ ତା’ପରେ ଇନ୍ସପେକ୍ଟର ବାବୁଙ୍କ ଉପରେ ହେଲା ବିଧା, ଗୋଇଠା ବର୍ଷା । ଉତ୍ତରପ୍ରଦେଶର କାନପୁରରେ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ପୋଲିସ ଇନ୍ସପେକ୍ଟରଙ୍କୁ ଧରିପକାଇଲେ ସ୍ତ୍ରୀ । ମହିଳା ସଶକ୍ତିକରଣ ଅଭିଯାନରେ ଭାଗ ନେବା ପୂର୍ବରୁ ଏପରି ଧରାପଡ଼ିଛନ୍ତି ରଙ୍ଗିଲା ଇନ୍ସପେକ୍ଟର । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାନପୁର ପୋଲିସ ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱ ଦେଇଥାଏ । ଏ ସମ୍ପର୍କରେ ପୁଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ପୋଲିସ୍ ବାବୁଙ୍କୁ ସସ୍‌ପେଣ୍ଡ କରାଯାଇଛି । 

କାନପୁର ଗ୍ୱାଲଟୋଲି ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଗ୍ୱାଲଟୋଲି ଥାନାର କାର୍ଯ୍ୟରତ ଇନ୍ସପେକ୍ଟର ଅରୁଣ କୁମାର ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ଜଣେ ମହିଳାଙ୍କ ସହ ପରକୀୟା ପ୍ରେମରେ ଲିପ୍ତ ଥିଲେ । ଖବର ପାଇ ଫରିକାବାଦରୁ ଆସି ହୋଟେଲରେ ପହଞ୍ଚିଯାଇଥିଲେ ଇନ୍ସପେକ୍ଟରଙ୍କ ସ୍ତ୍ରୀ । ଆଉ ତା’ପର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ହଠାତ୍ ସ୍ତ୍ରୀକୁ ଦେଖି ହଡ଼ବଡ଼େଇ ଯାଇଥିଲେ ପୋଲିସ୍ ବାବୁ । ହେଲେ ଏହି ଘଟଣାରେ ଅନୁତାପ କରିବେ କ’ଣ ସ୍ତ୍ରୀ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ପାଟିତୁଣ୍ଡ ହେବା ସହ ମାମଲା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । କେହି କାହାକୁ ଛାଡ଼ୁନଥିଲେ । ଯିଏ ଯାହାକୁ ପାରୁଥିଲେ ବାଡ଼େଇ ଚାଲୁଥିଲେ ।

 ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଇନ୍ସପେକ୍ଟରଙ୍କ ସ୍ତ୍ରୀ ପୋଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତା ସହ ନେଇ ରଙ୍ଗିଲା ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହା ସହ ଥାନା ଇନଚାର୍ଜଙ୍କୁ ତୁରନ୍ତ ରିପୋର୍ଟ ମାଗିଛନ୍ତି ପୋଲିସ୍‌ କମିଶନର । ତେବେ ଏହା ନୂଆ କଥା ନୁହଁ, ପୂର୍ବରୁ ମଧ୍ୟ ହୋଟେଲକୁ ବାବୁ ନିୟମିତ ଆସୁଥିଲେ । ଆଉ ନିତି ଦିନ ସାଙ୍ଗରେ ଭିନ୍ନ ଭିନ୍ନ ଯୁବତୀଙ୍କୁ ଆଣୁଥିଲେ । ଏପରିକି ପୂର୍ବରୁ ଅନ୍ୟ ମହିଳାଙ୍କ ଚକ୍କରରେ ହାତାହାତି ହୋଇ ଇନ୍ସପେକ୍ଟରଙ୍କ ହାତ ଭାଙ୍ଗିଯାଇଥିବା ଜଣାଯାଇଛି । ତଥାପି ବାବୁଙ୍କର ପ୍ରେମ ନିଶା ଉତୁରି ନଥିଲା । ବର୍ତ୍ତମାନ ପୂରା ଘଟଣାର ତଦନ୍ତ କରୁଛି କାନପୁର ପୋଲିସ୍ ।