Advertisment

ରାୱତଙ୍କ ଚପ୍ପର କ୍ରାସ୍‌ ଘଟଣା: ଆସିଲା ତଦନ୍ତ ରିପୋର୍ଟ

କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍‌ ବିପିନ ରାୱତଙ୍କ ଚପ୍ପର କ୍ରାସ୍‌? ସାମ୍ନାକୁ ଆସିଲା ରିପୋର୍ଟ...

ଅଦ୍ୟତନ ହୋଇଛି
Bipin Rawat

Bipin Rawat

Advertisment

ସିଡିଏସ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରିପୋର୍ଟ ପ୍ରଦାନ କଲେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି. ଆର. ଚୌଧୁରୀ। ଦୁର୍ଘଟଣାର କାରଣ ଓ ହେଲିକପ୍ଟର ଉଡ଼ାଣ ପୂର୍ବରୁ ଯାଞ୍ଚ ସମ୍ପର୍କିତ ମତାମତ ପ୍ରଦାନ କରିଛନ୍ତି । ଚପର କ୍ରାସରେ ସିଡିଏସ୍‌ ବିପିନ ରାଓ୍ୱତଙ୍କ ସହ ଅନ୍ୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣା ଦିନ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କର ଚିକିତ୍ସାଧୀନ ଅବସ୍ଥାରେ ବେଙ୍ଗାଳୁରୁ ସ୍ଥିତ ସେନା ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାଓ୍ୱତଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗତ ଡିସେମ୍ବର ୮ତାରିଖରେ ୱେଲିଂଟନ ଯିବାବେଳେ କୋଏମ୍ବାଟୁର ଅଂଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ଥିଲେ। ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍‌(Chief of Defence Staff)ବିପିନ ରାୱତ୍‌, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିଲେ। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ନେଇ ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଥିଲା। ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍‌ଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment
India Bipin Rawat CDS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ