infosys ceo Salil Parekh
ଇନଫୋସିସ ସିଇଓ ସଲିଲ ପାରେଖଙ୍କ ଦରମାରେ ଅହେତୁକ ବୃଦ୍ଧି। ବାର୍ଷିକ ପାରିଶ୍ରମିକ ବର୍ତ୍ତମାନ ଦରମାର ୮୮ ପ୍ରତିଶତ ବୃଦ୍ଧି ପାଇଛି। ଦରମା ବୃଦ୍ଧି ପରେ ସଲିଲ ପାରେଖଙ୍କ ଦରମା ବାର୍ଷିକ ୭୯ କୋଟି ୭୫ ଲକ୍ଷରେ ପହଞ୍ଚିଛି। ସଲିଲଙ୍କ ନେତୃତ୍ୱରେ ଇନଫୋସିସର କାରବାରରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ବର୍ଷକ ମଧ୍ୟରେ ଇନଫୋସିସ୍ର ଆର୍ଥିକ ଅବସ୍ଥା ସୁଧୁରିବା ସହ ବହୁ ସଂଖ୍ୟାରେ ଷ୍ଟେକ୍ ହୋଲଡର ଇନଫୋସିସ୍କୁ ଫେରିଛନ୍ତି।
ସେୟାର ମାର୍କେଚ୍ରେ ବି ଇନଫୋସିସ୍ ନିଜ ପୁରୁଣା ସ୍ଥିତିକୁ ଫେରୁଛି। ଏହାର ଶ୍ରେୟ ସଲିଲକୁ ମ୍ୟାନେଜମେଣ୍ଟ ଦେଇଛି। ସଲିଲ ପାରିଖ ବର୍ତ୍ତମାନ କୌଣସି ଘରୋଇ କମ୍ପାନୀରେ ସବୁଠାରୁ ଅଧିକ ଦରମା ପାଉଥିବା ଭାରତୀୟ କର୍ମଚାରୀ ପାଲଟିଛନ୍ତି। ଏପରିକି ସିଲିକନ୍ ଭ୍ୟାଲିରେ ବଡ଼ ବଡ଼ ପଦବୀରେ ଥିବା ଅଧିକାରୀଙ୍କଠୁ ଢେର ଅଧିକ ଦରମା ପାଇବେ ସଲିଲ।
ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲଙ୍କ ଦରମାକୁ ଟପିଛି ଏହି ସଂଖ୍ୟା। ଚଳିତ ବର୍ଷ ଜୁଲାଇ ପହିଲାରୁ ୨୦୨୭ ମାର୍ଚ୍ଚ ୩୧ ଅର୍ଥାତ ୫ ବର୍ଷ ପାଇଁ ଇନଫୋସିସରେ ମ୍ୟାନେଜିଂ ଡିରେର ଓ ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ସଲିଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653794809.jpg)