Advertisment

ଫ୍ଲାଏ ଓଭର ମଝିରେ ରଖିଲେ ଗାଡ଼ି, ସୁଟିଂ କଲେ ରିଲ୍ସ...କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋକେ

ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଭିଡିଓ କରୁଛନ୍ତି।

ଅଦ୍ୟତନ ହୋଇଛି
Instagram Reels

Instagram Reels

Advertisment

ଦିନକୁ ଦିନ ଇନଷ୍ଟାଗ୍ରାମରେ ବଢ଼ିବାରେ ଲାଗିଛି ବିପଦଜନକ କାର ଷ୍ଟଣ୍ଟ ରିଲ୍‌। ଭାଇରାଲ ହେବା ପାଇଁ ଜୀବନକୁ ବାଜି ଲଗାଇ କାର ଓ ବାଇକ୍‌ରେ ଷ୍ଟଣ୍ଟ କରୁଛନ୍ତି ଯୁବପିଢ଼ି। ଏଭଳି ବିପଜ୍ଜନକ ରିଲ୍‌ କରିବା ସମୟରେ ଯେ ନିଜ ଜୀବନ ଖାଲି ବାଜି ଲଗାଉଛନ୍ତି ତା ନୁହେଁ, ବରଂ ଏହି ଷ୍ଟଣ୍ଟ ଦ୍ୱାରା ଅନ୍ୟ ଲୋକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏଭଳି ନ କରିବାକୁ କର୍ତ୍ତୁପକ୍ଷ ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ମାନୁନାହାନ୍ତ କ୍ରିଏଟର୍ସ।

Advertisment

ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଭିଡିଓ କରୁଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓ ଉତ୍ତର ଦିଲ୍ଲୀ ପଶ୍ଚିମ ବିହାର ନିକଟରେ ଥିବା ଏକ ଫ୍ଲାଏ ଓଭରରେ ସୁଟିଂ କରାଯାଇଛି। ତାହା ପୁଣି ଭିଡ଼ ସମୟରେ।

Advertisment

ଏହି ଭିଡିଓକୁ ପ୍ରଦୀପ ଢାକା ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଏକ ପିକ୍‌ଅପ୍‌ ଟ୍ରକ୍‌ ହଠାତ୍‌ ରାସ୍ତା ମଝିରେ ଅଟକି ରହିଥିଲା। ଯେଉଁଥିପାଇଁ ପଛରେ ଆସୁଥିବା ଗାଡ଼ିଗୁଡ଼ିକ ହଠାତ୍‌ ଅଟକି ଯାଇଥିଲା। ଏହାପରେ ଏହି ଗାଡ଼ିରୁ ଦୁଇ ଜଣ ବ୍ୟକ୍ତି ଓହ୍ଲାଇ ରାସ୍ତା ମଝିରେ ପୋଜ୍‌ ଦେଇ ଭିଡିଓ କରୁଛନ୍ତି। ତେବେ ଏହି ଭିଡିଓ ପୋଷ୍ଟ କରି ‘ରୋଡ୍‌ ବ୍ଲକ୍‌’ ବୋଲି ପ୍ରଦୀପ ଢାକା କ୍ୟାପସନ୍‌ରେ ଲେଖିଛନ୍ତି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ରାସ୍ତାରେ ଗାଡ଼ି ଚଳାଚଳକୁ ବାଧା ଦେବା ଏବଂ ଜନସାଧାରଣଙ୍କ ଉପରେ ସମସ୍ୟା ସୃଷ୍ଟି କରିବା ପାଇଁ ଏମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ସାଧାରଣ ଜନତା । ଅନେକ ୟୁଜର୍ସ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ସେୟାର କରି ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ଏହି ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Advertisment
Instagram Viral Video Instagram Reels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ